ମାଇକ୍ରୋୱେଭ୍‌ରେ ମାତ୍ର ୧୦ ମିନିଟ୍‌ରେ ପ୍ରସ୍ତୁତ କରନ୍ତୁ କ୍ରିସ୍‌ପି ଆଳୁ ଚିପ୍ସ

ଆଳୁର କ୍ରିସ୍‌ପି, କ୍ରଞ୍ଚି ଚିପ୍ସ ଖାଇବାକୁ ଖୁବ୍‌ ମଜା ଲାଗେ। ଆଳୁର ସ୍ଲାଇସ୍‌କୁ ସିଝାଇ ଖରାରେ ଶୁଖାଇ ତ ସମସ୍ତେ ଚିପ୍ସ ତିଆରି କରିଥାନ୍ତି। କିନ୍ତୁ କେବେ ଆପଣ ମାଇକ୍ରୋୱେଭ୍‌ରେ ଆଳୁ ଚିପ୍ସ ବନାଇଛନ୍ତି କି? ଆଜି ଆମେ ଆପଣଙ୍କୁ ମାତ୍ର ୧୦ ମିନିଟ୍‌ରେ ମାଇକ୍ରୋୱେଭ୍‌ରେ ଆଳୁ ଚିପ୍ସ ତିଆରି କରିବା ଶିଖାଇବୁ।

ଆବଶ୍ୟକୀୟ ସାମଗ୍ରୀ:

୨ ଟି ଆଳୁ
୧/୪ ଛୋଟ ଚାମଚ କଳା ଲୁଣ
୧/୪ ଛୋଟ ଚାମଚ ଗୋଲମରିଚ ଗୁଣ୍ଡ
୧/୪ ଛୋଟ ଚାମଚ ଆମଚୁର ପାଉଡର
୧ ଚାମଚ ତେଲ

ପ୍ରସ୍ତୁତି ପ୍ରଣାଳୀ:

  • ଆଳୁର ଚୋପା ଛଡ଼ାଇ ଭଲ ଭାବେ ଧୋଇ ଦିଅନ୍ତୁ।
  • ଏବେ ଆଳୁକୁ ପତଳା ପତଳା କରି କାଟନ୍ତୁ।
  • ଏବେ ଆଳୁରେ କଳା ଲୁଣ, ଗୋଲମରିଚ ଗୁଣ୍ଡ, ଆମଚୁର ପାଉଡରରେ ଗୋଳାଇ ଦିଅନ୍ତୁ।
  • ହାଇ ତାପମାତ୍ରାରେ ୭ ମିନିଟ୍‌ ପାଇଁ ଚିପ୍ସକୁ ମାଇକ୍ରୋୱେଭ୍‌ରେ ରଖନ୍ତୁ।
  • ପରେ ପ୍ଲେଟ୍‌କୁ କାଢ଼ି ସର୍ଭ କରନ୍ତୁ ଆଳୁ ଚିପ୍ସ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.