Below header

ଇଜିପ୍ଟରୁ ୧ଲକ୍ଷ ଟନ ପିଆଜ ଆସିଲେ ମଧ୍ୟ ଓଡିଶାର ଚାହିଦା ମେଣ୍ଟାଇପାରିବନି: ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କେନ୍ୟୁଜ୍(ବ୍ୟୁରୋ): ବଜାରରେ ଏବେ ପିଆଜ ଦର ଆକାଶଛୁଆଁ । ପିଆଜ ଦର ବୃଦ୍ଧି ଏକ ଜାତୀୟ ସମସ୍ୟା । ଏହା ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, ନାସିକରେ ଯେଉଁଠି ୩ ଟନ୍‌ ପିଆଜ ଉତ୍ପାଦନ ହେଉଥିଲା ସେଠି ଏବେ ୧୦ କ୍ୱିଣ୍ଟାଲ ଉତ୍ପାଦନ ହେଉଛି। ଇଜିପ୍ଟରୁ ୧ଲକ୍ଷ ଟନ ପିଆଜ ଆସିଲେ ମଧ୍ୟ ଚାହିଦା ମେଣ୍ଟାଇପାରିବନି । ରାଜ୍ୟ ସରକାର ମୈତ୍ର ଷ୍ଟୋର ଜରିଆରେ ଜନସାଧାରଣଙ୍କୁ ପିଆଜ ଯୋଗାଇ ଦେଉଛନ୍ତି । କଳାବଜାରୀ ରୋକିବାକୁ ସ୍ୱତନ୍ତ୍ର ଟିମ୍‌ ଚଢ଼ାଉ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.