୧୦ ମାସର ଝିଅକୁ ଧରି ମାରାଥନ୍‌ ଦୌଡ଼ିଲେ ମହିଳା, ରେକର୍ଡ କରିବା ସହ ଜିତିଲେ ସ୍ୱର୍ଣ୍ଣପଦକ

୧୦ ମାସର ଶିଶୁକୁ ଧରି ମାରାଥନ୍‌ ଦୌଡ଼ିଲେ ମହିଳା। କେବଳ ଦୌଡ଼ିନାହାନ୍ତି ମାରାଥନ୍‌ରେ ଚାମ୍ପିୟନ୍‌ ମଧ୍ୟ ହୋଇଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଆମେରିକାର ଜୁଲିୟା ୱେବ ଏଭଳି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ଏହି ମାରାଥନ୍‌ର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

Video Courtesy: Julia Webb

ଭିଡିଓରେ ଜୁଲିଆ ୧୦ ମାସର ଶିଶୁକୁ ଷ୍ଟ୍ରାଲର (ଶିଶୁକୁ ବସାଇ ଠେଲି ଠେଲି ନେବା ଗାଡ଼ି)ରେ ବସାଇ ଠେଲି ଠେଲି ଦୌଡ଼ୁଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ, ଜୁଲିୟାଙ୍କର ୩ଟି ଛୁଆ ଅଛନ୍ତି। ସବୁଠାରୁ ବଡ଼ର ବୟସ ୭ ହୋଇଥିବା ବେଳେ ମଝିଆର ୪ ବର୍ଷ ଓ ସାନ ସନ୍ତାନର ବୟସ ମାତ୍ର ୧୦ ମାସ।

ଏହାସହ ପଢ଼ନ୍ତୁ: ଗଧ ଟାଣିଲା MG Hector କାର, ଗ୍ରାହକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା କମ୍ପାନୀ

ନିକଟରେ ଓକଲାହୋମାରେ ଅନୁଷ୍ଠିତ ହୋଇଥିବା ମାରାଥନ୍‌ରେ ଜୁଲିଆ ତାଙ୍କ ସନ୍ତାନ ସହ ଅଂଶଗ୍ରହଣ କରିଥିଲେ। ସେ ୨୧.୦୯୭୫ କିଲୋମିଟର ମାତ୍ର ଏକ ଘଣ୍ଟା ୨୧ ମିନିଟ୍‌ ୨୩ ସେକେଣ୍ଡରେ ଶେଷ କରିଥିଲେ। ଏହି ଦୌଡ଼ ପୂରା କରି ସେ ବିଶ୍ୱର ସର୍ବପ୍ରଥମ ଷ୍ଟ୍ରାଲରକୁ ଧକ୍କା ମାରି ମାରାଥନ୍‌ ପୂରା କରିଥିବା ମହିଳାଭାବେ ରେକର୍ଡ କରିଛନ୍ତି। ମାରାଥନ୍‌ର ଭିଡିଓ ଜୁଲିଆଙ୍କ ସ୍ୱାମୀ ଗିନିଜ୍‌ ବୁକ୍‌ ରେକର୍ଡକୁ ପଠାଇଛନ୍ତି ସେମାନେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ଜଣାଇବେ ବୋଲି କହିଛନ୍ତି।

Video Courtesy: Julia Webb

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମାରାଥନ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଜୁଲିଆଙ୍କ ଠାରୁ ୨ ମିନିଟ୍‌ ଡେରିରେ ଦୌଡ଼ ସମ୍ପୂର୍ଣ୍ଣ କରିଥିଲେ। ଏଥିରୁ ଅନୁମାନ କରିହେଉଛି ଜୁଲିଆ କେତେ ବେଗରେ ଦୌଡ଼ୁଥିଲେ। ଜୁଲିଆ ବର୍ତ୍ତମାନ ଆମେରିକାର ଅଲମ୍ପିକ ଟ୍ରାଏଲ୍‌ ପାଇଁ ପ୍ରସ୍ତୁତ ଚଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.