Below header

ସମ୍ବଲପୁର: ଆହୁରୀ ଚମକିବ ସମ୍ବଲପୁରୀ କପଡା, ଖୁବ ଶୀଘ୍ର ଖୋଲିବ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକ୍ନଲୋଜି

ସମ୍ବଲପୁର(କେନ୍ୟୁଜ୍): ଆହୁରୀ ଚମକିବ ସମ୍ବଲପୁରୀ କପଡା । ସମ୍ବଲପୁର ଧନକଉଡାରେ ଖୁବ ଶୀଘ୍ର ଖୋଲିବ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକ୍ନଲୋଜି । ମୁଖ୍ୟତଃ ସମ୍ବଲପୁରୀ କପଡା ଉପରେ ଫୋକସ ରହିବ । ପ୍ରଥମ ପର୍ଯ୍ୟାୟରେ ୪ଟି କୋର୍ସରେ ପାଠ ପଢା ଆରମ୍ଭ ହେବ । ୩ରୁ ଆରମ୍ଭ କରି ୬ ମାସିଆ କୋର୍ସ ହେବ । ପ୍ରଥମେ ପାଠ୍ୟକ୍ରମ କାମଚଳା ସରକାରୀ କୋଠାରେ ଚାଲିବ । ପରେ ସ୍ଥାୟୀ କ୍ୟାମ୍ପସ ହେବ । ଏହି ଖବର ପରେ ସମ୍ବଲପୁରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏହା ଦ୍ୱାରା ସମ୍ବଲପୁରୀ କପଡାର ଚାହିଦା ବଢିବା ସହ ବୁଣାକାର ମାନେ ଲାଭବାନ ହେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.