କାହିଁକି ଟିକଟକ ଡିଲିଟ କରିଥିଲା ଏହି ଲେସବିୟନ କପୁଲଙ୍କ ଭିଡିଓ ?

ଏହି ଦୁଇ ଯୁବତୀଙ୍କୁ ଦେଖି ଚିହ୍ନି ପାରୁଥିବେ ନିଶ୍ଚୟ । କିଛିଦିନ ପୂର୍ବେ ଏମାନଙ୍କ ପ୍ରେମର ସୁନ୍ଦର ଫଟୋଶୁଟ ଇଣ୍ଟରନେଟରେ ଭାଇରଲ ହୋଇଥିଲା । ପାକିସ୍ତାନର ସୁନ୍ଦାସ ମଲିକ ଏବଂ ଭାରତର ଅଞ୍ଜଳି ଚକ୍ରା ଜଣେ ଅନ୍ୟଜଣକୁ ପ୍ରେମ କରନ୍ତି । ଆଜ୍ଞା ହଁ ଏମାନେ ହେଉଛନ୍ତି ଏକ ଲେସବିୟନ କପୁଲ । ବୋଧହୁଏ ଏହି କାରଣରୁ ଟିକଟକ ତାଙ୍କର ଭିଡିଓକୁ ଡିଲିଟ କରିଦେଇଛି ଯାହାକୁ ଅଞ୍ଜଳି ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଡିସେମ୍ବର 1 ତାରିଖରେ ଅଞ୍ଜଳି ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଥିଲେ ଯାହାକୁ ଲୋକମାନେ ଖୁବ ପସନ୍ଦ କରିଥିଲେ । ତେବେ ବର୍ତ୍ତମାନ ଏହି ଭିଡିଓକୁ ଟିକଟକ ଦ୍ୱାରା ନିଜ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି ଯାହାକୁ ନେଇ ଅଞ୍ଜଳି ଦୁଃଖ ପ୍ରକାଶ କରିଛନ୍ତି । ଏହାସହିତ ସେ ଟିକଟକକୁ ଭିଡିଓ ଡିଲିଟ କରିବାର କାରଣ ମଧ୍ୟ ପଚାରିଛନ୍ତି ।

ଏହାସହ ପଢନ୍ତୁ ବୁଲେଟ ଧରି ଖୋଲା ମଇଦାନରେ ବୁଲିଲେ ଜରିନ ଖାନ, ଫ୍ୟାନ କହିଲେ ବୁଲେଟ ରାଣୀ, ଦେଖନ୍ତୁ ଭିଡିଓ

ଅଞ୍ଜଳି ଡିସେମ୍ବର 6 ତାରିଖରେ ନିଜ ଟ୍ୱିଟରେ ଲେଖିଥିଲେ ଟିକଟକ ଆମ ଭିଡିଓକୁ ଡିଲିଟ କରିଦେଇଛି । ଏହାସହିତ ସେ ଲେଖିଥିଲେ ଏହି ଭିଡିଓ କମ୍ୟୁନିଟି ଗାଇଡଲାଇନକୁ ଉଲ୍ଲଙ୍ଘନ କରୁଛି ତାହେଲେ କଣ ହୋମୋଫୋବିଆ ବିଷୟରେ ସୃଷ୍ଟି ହୋଇଥିବା ଗୁଜବ ସତ ?

ନିକଟରେ ଅଞ୍ଜଳି ଟ୍ୱିଟରରେ ନିଜର ଓ ନିଜ ସାଥିଙ୍କର ଏହି ଫଟୋଗୁଡିକ ସେୟାର କରିଥିଲେ । ଏହା ସହିତ ସେ କ୍ୟାପ୍ସନରେ ଲେଖିଥିଲେ ସେହି ଝିଅକୁ ଶୁଭେଚ୍ଛା ଯିଏ ମୋତେ ଭଲପାଇଛି ଏବଂ ଭଲପାଇବା ଶିଖାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.