ଲକ୍‌ଡାଉନ୍‌ରେ ଏଭଳି ଭାବେ ନିଜ ଭଉଣୀର ଜୀବନ ବଞ୍ଚାଇଲେ ସୁପ୍ରଭା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଠିକ୍ ସମୟରେ ଭଉଣୀକୁ ଆଣି ମେଡିକାଲରେ ପହଞ୍ଚାଇବାରୁ ବଞ୍ଚିଗଲା ଭଉଣୀ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ। ଏହି ଘଟଣା ଏବେ ବାଳକାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ବାଳକାଟି ଅସିଘର ଅଞ୍ଚଳରେ ରୁହନ୍ତି ମାଆ ଓ ଝିଅଙ୍କୁ ମିଶାଇ ଏକ ୪ ଜଣିଆ ପରିବାର । ସେମାନେ ବିଭିନ୍ନ କାମଦାମ କରି ପେଟ ପୋଷନ୍ତି । କାହିଁକି ନା ବାପା ନାହାନ୍ତି। ଏମିତି ସବୁଦିନ ଭଳି ଆଜି ସାନ ଭଉଣୀ ଆଲିଆ ଗଦାରୁ କାଠ ସଂଗ୍ରହ କରିବା ପାଇଁ ଗଲା ବେଳେ କିଛି ବିଷାକ୍ତ ଜନ୍ତୁ କାମୁଡି ଦେଲା। ବଡ଼ ଭଉଣୀ ସୁପ୍ରଭା ଉପସ୍ଥିତ ବୁଦ୍ଧି ଦେଖାଇଲେ । ସେ ଆଲିଆକୁ ତୁରନ୍ତ ସାଇକେଲରେ ବସାଇ ପ୍ରଥମେ ୨ କିଲୋମିଟର ଦୂର ବାଳକାଟି ହସପିଟାଲକୁ ନେଇ ଯାଇଥିଲେ। ସେଠାକାର ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ସାପ କାମୁଡ଼ିଥିବା ଜଣାପଡ଼ିଲା । ତେଣୁ ସେ ଆଲିଆଙ୍କୁ କ୍ୟାପିଟାଲ ହସପିଟାଲକୁ ପଠାଇ ଦେଲେ । ଏହାପରେ ସୁପ୍ରଭା ୧୦୮ ଆମ୍ବୁଲାନ୍ସ କୁ ଡକାଇ କ୍ୟାପିଟାଲ ହସପିଟାଲକୁ ଆଣିଥିଲେ । ଫଳରେ ଭଉଣୀ ବଞ୍ଚି ଗଲେ।

Leave A Reply

Your email address will not be published.