କରୋନାର ବାସୁଦେବପୁର ଲିଙ୍କ, ତିନିଟି ଜିଲ୍ଲାରେ ତିନିଟି ଗାଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏବେ ଓଡ଼ିଶାର ୧୪ଟି ଜିଲ୍ଲାକୁ କରୋନା ତାର କାୟା ମେଲାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧୨୫ରେ । ତେବେ କିଛି କଥାକୁ ଯଦି ଲକ୍ଷ୍ୟ କରିବା ତାହାଲେ ଜଣାପଡ଼ିବ ଯେ ଓଡ଼ିଶା କରୋନାରେ କେତେକ କଥା ଭିତରେ କିଛି ତାଳମେଳ ରହିଛି । ସଂଯୋଗ ବି ରହିଛି । ଯେମିତି କି ରାଜ୍ୟରେ ଥିବା ସମସ୍ତ କରୋନା ଆକ୍ରାନ୍ତ ବିଦେଶରୁ କିମ୍ବା ନିଜାମୁଦ୍ଦିନ ଏବଂ ପଶ୍ଚିମବଙ୍ଗରୁ ଆମଦାନୀ ହୋଇଛନ୍ତି ।

ତେବେ ଆଉ ଗୋଟିଏ କଥାକୁ ଏବେ ନଜର କରିବାର ଅଛି । ତାହା ହେଉଛି ତିନିଟି ଜିଲ୍ଲାର ତିନିଟି ଜାଗା । ଆଉ ସମସ୍ତଙ୍କ ନାଁ ସମାନ । ଏହା ସଂଯୋଗ ହୋଇ ପାରେ । ହେଲେ ଘଟିଛି ଏଇ ଓଡ଼ିଶାରେ । ଜାଗାର ନାଁ ହେଉଛି ବାସୁଦେବପୁର । ଭଦ୍ରକର ବାସୁଦେବପୁର, ଯାଜପୁରର ବାସୁଦେବପୁର ଆଉ ଏବେ ଦେବଗଡ଼ର ବାସୁଦେବପୁରରୁ ବାହାରିଛନ୍ତି କରୋନା ପଜେଟିଭ୍‌ ।

Leave A Reply

Your email address will not be published.