Below header

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

ପୁରୀ(କେନ୍ୟୁଜ୍): ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି। ବିଚାରପତି ଏସ୍‌.ସି ବବଡେ , ବିଚାରପତି ନବୀନ ସିହ୍ନା ଓ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠରେ ଶ୍ରୀମନ୍ଦିର ସଂସ୍କାର ମାଲାର ଶୁଣାଣି ହେବ। ବିଚାରପତି ଏସ୍‌.ସି ବବଡେ, ବିଚାରପତି ନବୀନ ସିହ୍ନା ଓ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠରେ ଶ୍ରୀମନ୍ଦିର ସଂସ୍କାର ମାଲାର ଶୁଣାଣି ହେବ । ଏହି ମାମଲାରେ ଆମିକସ କ୍ୟୁରୀ ଭାବେ ଅଦାଲତକୁ ସହାୟତା କରୁଥିବା ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାର ଶ୍ରୀମନ୍ଦିର ପରିଦର୍ଶନ କରି ଗତ ୫ ତାରିଖରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। ଦାନ ଦକ୍ଷିଣା ବାଟମାରଣାକୁ ରୋକାଯାଇପାରିଲେ ମନ୍ଦିର ଆୟ ବୃଦ୍ଧି ପାଇବ ଓ ସମସ୍ତ ସମସ୍ୟାର ଦୂରୀକରଣ ସହ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ। ପୁରୀ ଶ୍ରୀମନ୍ଦିର ସମେତ ଦେଶର ବିଭିନ୍ନ ମନ୍ଦିର ଓ ଧର୍ମପୀଠର ପରିଚାଳନା ଦାୟିତ୍ୱରେ ସରକାରୀ ଅଧିକାରୀ ରହିଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ। ତେଣୁ ଆଜିର ଶୁଣାଣିରେ ଏସବୁ ପ୍ରସଙ୍ଗ ଖୁବ୍‌ ଗୁରୁତ୍ୱ ବହନ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.