ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ , ୨୪ ଜଣ ହାସଲ କଲେ ଏନ୍‌ଟିଏ ସ୍କୋର

କେନ୍ୟୁଜ୍ : ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ । ଏଥିରେ ଦେଶର ୨୪ ଜଣ ପରୀକ୍ଷାର୍ଥୀ ଶହେ ଏନ୍‌ଟିଏ ସ୍କୋର ହାସଲ କରିଛନ୍ତି । ଓଡ଼ିଶାରୁ ଭୁବନେଶ୍ୱରର ଏକ ଘରୋଇ ସ୍କୁଲର ଛାତ୍ର ପ୍ରତୀକ ଚୌଧୁରୀ ୨୬ ତମ ସ୍ଥାନରେ ରହିଛନ୍ତି । ସେ ୯୯. ୯୯ ପ୍ରତିଶତ ଏନ୍‌ଟିଏ ସ୍କୋର ରଖି ଓଡ଼ିଶା ଟପ୍ପର ହୋଇଛନ୍ତି । ଜାନୁଆରୀ ଓ ଏପ୍ରିଲରେ ପରୀକ୍ଷାରେ ୧୨ ଲକ୍ଷ ୩୭ ହଜାର ୮୯୨ ଜଣ ପଞ୍ଜିକରଣ କରିଥିବା ବେଳେ ସେଥିରୁ ଉଭୟ ମାସର ପରୀକ୍ଷାରେ ୧୧ ଲକ୍ଷ ୪୭ ହଜାର ୧୨୫ ଜଣ ପରୀକ୍ଷା ଦେଇଥିଲେ । ଉଭୟ ପରୀକ୍ଷାରେ ୨ ଲକ୍ଷ ୨୪ ହଜାର ଛାତ୍ରଛାତ୍ର ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଜେଇଇ ଆଡ୍‌ଭାନ୍ସ ଲାଗି ଛାତ୍ରଛାତ୍ରୀ ଆସନ୍ତା ମେ’ ୩ ତାରିଖରୁ ନାମ ପଞ୍ଜିକରଣ କରିପାରିବେ ।

Leave A Reply

Your email address will not be published.