Below header

ରାଜ୍ୟରେ ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟ ସରକାର ତୁରନ୍ତ ଲୋକାୟୁକ୍ତ ଗଠନ କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲୋକାୟୁକ୍ତ ନିଯୁକ୍ତି କେବେ ହେବ, ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଜଣାଇବାକୁ କୁହିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାର ଲୋକାୟୁକ୍ତ ଗଠନ କରିବା ନେଇ ପୂର୍ବରୁ ସମୟ ମାଗିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ରାଜ୍ୟ ସରକାର ଜାଣିଶୁଣି ପ୍ରକ୍ରିୟା ବିଳମ୍ବ କରୁଥିବା ବିଜେପି ଅଭିଯୋଗ କରିିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଓଡିଶା ସରକାର ଯଥେଷ୍ଟ ସମ୍ମାନ ଦେଉଛନ୍ତି। ଲୋକୟୁକ୍ତ ନିଯୁକ୍ତି ନେଇ ବିଜେଡି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଜେଡି କହିଛି। କିନ୍ତୁ କେନ୍ଦ୍ରରେ ଥିବା ବିଜେପି ସରକାର ୨୦୧୪ରୁ ଲୋକୟୁକ୍ତ ନିଯୁକ୍ତି କଥା କହୁଥିଲେ ମଧ୍ୟ ଆଦୌ ଆଗେଇ ନଥିବା ବିଜେଡି କହିଛି।

ଚଳିତ ମାସ ୬ ତାରିଖରେ ଲୋକାୟୁକ୍ତ ନିଯୁକ୍ତି ନେଇ ସିଲେକ୍ସନ କମିଟିର ପଞ୍ଚମ ସଦସ୍ୟ ଚୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୪ ଜଣିଆ କମିଟି ପଞ୍ଚମ ସଦସ୍ୟଙ୍କ ନାଁ ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି। ସିଲେକ୍ସନ କମିଟି ସର୍ଚ୍ଚ କମିଟି ଗଠନ କରିବା ପରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ଚୟନ ହେବ।

ଆନ୍ନା ହଜାରେଙ୍କ ଆନ୍ଦୋଳନ ପରେ ୨୦୧୩ରେ କେନ୍ଦ୍ରରେ ଆସିଥିଲା ଲୋକପାଳ ଓ ଲୋକାୟୁକ୍ତ ଆଇନ। ସେହି ଆଇନ ଅନୁଯାୟୀ ପ୍ରତି ରାଜ୍ୟରେ ଗଠନ ହେବ ଲୋକାୟୁକ୍ତ। ଏ ନେଇ ରାଜ୍ୟ ବିଧାନସଭାରେ ୨୦୧୪ ଫେବ୍ରୁଆରୀ ୧୪ ଲୋକାୟୁକ୍ତ ବିଲ୍‌ ପାସ୍‌ ହୋଇଥିଲା। ୨୦୧୫ରେ ମିଳିଥିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ। ଲୋକପାଳ ଓ ଲୋକାୟୁକ୍ତ ଆଇନ ପାସ ହେବାର ବର୍ଷ ଭିତରେ ଲୋକପାଳ ଓ ଲୋକାୟୁକ୍ତ ଗଠନ ହେବା କଥା। କିନ୍ତୁ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର ଏହାକୁ ଗଠନ କରିବାରେ ସଫଳ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.