ଆଜି ବିଧାନସଭାରେ ବିଧାୟକ ଭାବରେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ, ବାଚସ୍ପତିଙ୍କୁ ମୁଣ୍ଡିଆ ମାରି ନେଲେ ଆଶୀର୍ବାଦ

ଭୁବନେଶ୍ୱର(କେନ୍ୟୁଜ୍):ବିଧାୟକ ଭାବରେ ଶପଥ ନେଇଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଆଜି ବିଧାନସଭାରେ ତାଙ୍କୁ ବାତସ୍ପତି ବିକ୍ରମ କେଶରୀ ଆରୁଖ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାପରେ ବାଚସ୍ପତିଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ । ବିଧାନସଭା ପ୍ରବେଶ ପଥରେ ମୁଣ୍ଡିଆ ମାରି ଭିତରକୁ ଯାଇଥିଲେ ସୂର୍ଯ୍ୟବଂଶୀ ସୂରଜ । ବିଧାୟକ ଭାବରେ ଶପଥ ନେବା ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ସୂରଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସାଂସଦ ଜୁଏଲ୍‌ ଓରାମ୍‌, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ବରିଷ୍ଠ ବିଜେପି ନେତା କେ. ଭି. ସିଂହଦେଓ ପ୍ରମୁଖ ଯୋଡ଼ି ହୋଇ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆଶୀର୍ବାଦ ଦେଇଥିଲେ । ବରିଷ୍ଠ ନେତାଙ୍କୁ କୃତଜ୍ଞତା ଜଣାଇଥିଲେ ସୂରଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.