ଅନୁଗୁଳ: ନୂଆହତା ଗ୍ରାମର ଏକ ଭଡାଘରୁ ଟାଟା ଷ୍ଟିଲ୍ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ(କେନ୍ୟୁଜ୍): ନୂଆହତା ଗ୍ରାମର ଏକ ଭଡାଘରୁ ଟାଟା ଷ୍ଟିଲ୍ ଶ୍ରମିକଙ୍କ ମୃତଦେହ ଉଦ୍ଧାର। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମର ଏକ ଭଡ଼ା ଘରୁ ମୃତଦେହ ଉଦ୍ଧାର କରିଛି ବଅଁରପାଳ ପୋଲିସ୍। ପଡୋଶୀ ଲୋକଙ୍କ ସୂଚନା ଅନୁଯାୟୀ ମୃତ ଶୁଭାଶିଷ ଲେଙ୍କା ଜାମସେଦପୁର୍ ଅଞ୍ଚଳର ଓ ସେ ଟାଟା ଷ୍ଟିଲ ପ୍ଲାଣ୍ଟର ଏସ୍ ଏମ୍ ଏସ୍ ସାଇଡରେ କାର୍ଯ୍ୟ କରୁଥିଲେ। ଗତ ୧୫ ଦିନ ପୂର୍ବେ ଘର ମାଲିକ ପ୍ରକାଶ ମହାପାତ୍ରଙ୍କ ଘରେ ଭଡ଼ାର ରହୁଥିଲେ।

ତେବେ ବିଗତ ଦୁଇ ଦିନ ହେବ ଶୁଭାଶିଷ ରୁମ୍ ର କବାଟ  ବନ୍ଦ କରି ରଖିଥିଲେ। ଶୁଭାଶିଷ ଘରୁ ନ ବାହାରିବାର ଜାଣି ପଡୋଶୀ ମାନେ କବାଟ ବାଡେଇ ଡାକିବାକୁ ଚେଷ୍ଟା କରିଥିଲେ। ଶେଷରେ ନିରୁପାୟ ହୋଇ ବଅଁରପାଳ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବଅଁରପାଳ ପୋଲିସ୍ ଓ ଏସ୍ ଆଇ ସତୀଶ ଲେଙ୍କା ପହଁଚି ଭଡ଼ା ଗୃହର ଝରକା ତାଡି, କଟର ମେସିନ୍ ସାହାଯ୍ୟରେ ଗ୍ରୀଲକୁ କାଟି ଗୃହ ଭିତରକୁ ପ୍ରବେଶ କରିଥିଲେ।

ଶୁଭାଶିଷଙ୍କ ମୃତଦେହ ପାଇଖାନା ଘରେ ପଡିଥିବା ଦେଖିବାକୁ ମିଳିଥିଲେ। ଥାନା ଅଧିକାରୀ ଶ୍ରୀ ନରେଶ ଚନ୍ଦ୍ର ସାହୁ ନେତୃତ୍ୱରେ ଏକ ଅପମୃତ୍ଯୁ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ପରିବାର ବର୍ଗଙ୍କୁ ଖବର ଦେବାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.