Below header

ଯାଜପୁର: ପାଣିମୁହାଣି ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଜମିବାଡି ବିବାଦକୁ କେନ୍ଦ୍ର କରି ସ୍ୱାମୀଙ୍କୁ ଆକ୍ରମଣ ସହ ସ୍ତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ

ଯାଜପୁର(କେନ୍ୟୁଜ୍):  ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଜମିବାଡି ବିବାଦକୁ କେନ୍ଦ୍ର କରି ସ୍ୱାମୀଙ୍କୁ ଆକ୍ରମଣ ସହ ସ୍ତ୍ରୀଙ୍କୁ ହତ୍ୟା । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଂଚାୟତ ପାଣିମୁହାଣି ଗ୍ରାମରୁ । ମୃତ ମହିଳା ହେଲେ ପାଣିମୁହାଣି ଗ୍ରାମର ବିଜୟ ନାୟକଙ୍କ ପତ୍ନୀ ବିନି ନାୟକ । ସ୍ୱାମୀ ବିଜୟଙ୍କ ଅଭିଯୋଗ କ୍ରମେ ଗତକାଲି ରାତିରେ ପଡୋଶୀ କିଛି ଯୁବକ ତାଙ୍କ ଘର ଭିତରେ ପଶି ଉଭୟଙ୍କୁ ଆକ୍ରମଣ କରିଥିଲେ । ଏଥିରେ ତାଙ୍କର ପତ୍ନୀଙ୍କ ମୃତ୍ୟୁ ଘଟିଥିଲା । ସେ ନିଜେ ଆହତ ହୋଇ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ତେବେ ପୂର୍ବରୁ ଗଛ କଟାକୁ କେନ୍ଦ୍ର କରି ବିଜୟ ଓ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏନେଇ କୋତପୁର ଫାଣ୍ଡିରେ ଉଭୟ ପକ୍ଷରୁ ମାମଲା ମଧ୍ୟ ରୁଜୁ ହୋଇଥିବା ସୂଚନା ମିଳିଛି । ସେହି ଘଟଣାକୁ କେନ୍ଦ୍ର କରି ଗତକାଲି ରାତିରେ ୪/୫ଜଣ ଯୁବକ ତାଙ୍କ ଘରେ ପଶି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ବିଜୟ । ତେବେ ଏହି ଆକ୍ରମଣରେ ବିଜୟ ଏବଂ ମୃତ ମହିଳାଙ୍କ ଶରୀରରେ କୈାଣସି କ୍ଷତ ଚିହ୍ନ ନଥିବା ଦେଖିବାକୁ ମିଳିଛି । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସନ୍ଦେହରେ ଗ୍ରାମର ୪ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏପଟେ ଏହି ଘଟଣାରେ ଯିଏ ଦୋଶୀ ତାକୁ ଦଣ୍ଡ ମିଳୁ ବୋଲି ସରପଂଚଙ୍କ ପ୍ରତିନିଧି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.