ପାକିସ୍ତାନ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶାହବାଜ ସରିଫ, ଆସନ୍ତାକାଲି ହେବ ଭୋଟିଂ

କେନ୍ୟୁଜ୍(ବ୍ୟୁରୋ):  ଇମ୍ରାନଙ୍କୁ ହଟାଯିବା ପରେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ହୋଇପାରନ୍ତି । ଆସନ୍ତକାଲି ଏନେଇ ଭୋଟିଂ ହେବ । ଏହା ପୂର୍ବରୁ ଇମ୍ରାନଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି ଶାହବାଜ । ଆମେ କାହାରିଠାରୁ ପ୍ରତିଶୋଧ ନେବୁ ନାହିଁ, କାହା ପ୍ରତି ଅନ୍ୟାୟ କରିବୁ ନାହିଁ । କାହାରିକୁ ଜେଲରେ ରଖିବୁ ନାହିଁ ।

ଆଇନ ତା ବାଟରେ ଯିବ ବୋଲି କହିଛନ୍ତି ଶାହବାଜ ସରିଫ । ପାକିସ୍ତାନ ମୁସଲିମ ଲିଗ୍‌ ନଓ୍ଵାଜ୍‌ PML-Nର ନେତା ହେଉଛନ୍ତି ଶାହବାଜ । ଶାହବାଜ ସରିଫ ୨୦୧୮ ଅଗଷ୍ଟ ୧୩ରୁ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ଅଛନ୍ତି । ସେ ବିରୋଧୀ ଦଳ ନେତା ମଧ୍ୟ ଅଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ଭାଇ ହେଉଛନ୍ତି ଶାହବାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.