Below header

ଚୋରି କରିବା ହେଲା କାଳ: ବିଦ୍ୟୁତ୍ ଆଘାତରେ ଗଲା ଚୋରର ଜୀବନ

ଆନନ୍ଦପୁର(କେନ୍ୟୁଜ୍): ଚୋରି କରିବାକୁ ଆସି ବିଦ୍ୟୁତ୍ ଆଘାତରେ ଚୋରର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ନନ୍ଦିପଦା ଥାନା ରମ୍ପାସ କେନାଲ ନିକଟରେ । ବଡ଼ ରମ୍ପାସ ଗ୍ରାମର କାଳନ୍ଦୀ ସାହୁ ନିଜ ଘରେ ଏକ କୁକୁଡ଼ା ଫାର୍ମ କରିଥିଲେ । ସେଠାକୁ ଜଣେ ଅଜଣା ଯୁବକ ଆସିଥିବା ବେଳେ ଦୁର୍ଭାଗ୍ୟ ବଶତଃ ସେଠାରେ ଲାଗିଥିବା ବିଦ୍ୟୁତ ସଂଯୋଗରେ ତାକୁ ଆଘାତ ଲାଗିଥିଲେ ।

ଫଳରେ ଘଟଣାସ୍ଥଳରେ ଅଜଣା ଯୁବକ ଜଣକ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଆଜି ସକାଳୁ କାଳନ୍ଦୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.