ଡିଡିଏମ୍‌ଏ ବୈଠକ: ଦିଲ୍ଲୀରେ ପୁଣି ଫେରିଲା ମାସ୍କ, ନ ଲଗାଇଲେ ଗଣିବେ ୫୦୦ ଜରିମାନା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ପୁଣି ଫେରିଛି ମାସ୍କ। ବୁଧବାର ଅନୁଷ୍ଠିତ ଡିଡିଏମ୍‌ଏ ବୈଠକରେ ନିଷ୍ପତ୍ତି ହୋଇଛି ଯେ ଦିଲ୍ଲୀରେ ଆଜିଠୁ ମାସ୍କ ବାଧ୍ୟତାମୂଳକ ହେବ। ଏବେ ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ଲାଗିବ ୫୦୦ ଟଙ୍କା ଜରିମାନା।

ଦେଶର ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେଲାଣି କରୋନାର ମାମଲା ବଢ଼ୁଥିବା ଦେଖିବାକୁ ମିଳିଛି। ସହରରେ କୋଭିଡ୍‌-୧୯ ମାମଲାର ବର୍ଦ୍ଧିତ କେସ୍‌କୁ ଦେଖି ଦିଲ୍ଲୀ ଆପଦା ପ୍ରବନ୍ଧନ ପ୍ରାଧିକରଣ ଆକ୍ଟିଭ୍‌ ହୋଇଛି ଓ ବୁଧବାର ବୈଠକ ଡାକିଥିଲା। ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ପୁଣିଥରେ ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଯଦି କୌଣସି ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ ଉଲ୍ଲଂଘନ କରେ, ତେବେ ତାଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲାଗିବ।

ପ୍ରକାଶ ଯେ ସ୍କୁଲ ପିଲାଙ୍କ ମଧ୍ୟରେ ସଂକ୍ରମଣ ହାର ୨୭ ପ୍ରତିଶତ ରହିଛି। ହସ୍ପିଟାଲରେ ଆଡମିଟ ରୋଗୀଙ୍କ ସଂଖ୍ୟା କମ ରହିଛି। ଲଗାତାର ତିନିଦିନ ଧରି ଦିଲ୍ଲୀରେ ୫୦୦ ଉପରେ ରହିଛି ସଂକ୍ରମଣ କେସ୍‌। ୨୪ ଘଣ୍ଟାରେ ୬୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବୈଠକର ନିଷ୍ପତ୍ତି:

  • ଦିଲ୍ଲୀରେ ବଢ଼ିବ କରୋନା ଟେଷ୍ଟ
  • ଟିକାକରଣ ଉପରେ ଗୁରୁତ୍ୱ
  • ବନ୍ଦ ହେବନି ସ୍କୁଲ
  • ତିଆରି ହେବ ନୂଆ କୋଭିଡ୍‌ ଗାଇଡ୍‌ଲାଇନ୍‌
  • ସାମାଜିକ ସମାରୋହ ଉପରେ କଡ଼ା ନଜର
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.