MNREରେ ବୈଜ୍ଞାନିକ ପଦବୀ ପାଇଁ ଜାରି ହେଲା ନିଯୁକ୍ତି ପ୍ରକ୍ରିୟା, ଆଗ୍ରହ ଥିଲେ ତୁରନ୍ତ କରନ୍ତୁ ଆବେଦନ

ଦେଶର ନବୀକରଣ ଶକ୍ତି ଉତ୍ସ ମନ୍ତ୍ରାଳୟ ବୈଜ୍ଞାନିକ ପଦବୀ ପାଇଁ ନିଜ ଅଫିସିଆଲ ୱେବସାଇଟରେ ବିଜ୍ଞାପନ ଜାରିକରିଛି । ଆପଣ ଚାହିଁଲେ ଏମଏନଆରଇ ବୈଜ୍ଞାନିକ ପଦବୀ ପାଇଁ କଣ ରହିଛି ନିଯୁକ୍ତି ପ୍ରକ୍ରିୟା, ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା ଆଦି ବିଷୟରେ ଏହାର ଅଧିକାରୀକ ୱେବସାଇଟକୁ ଯାଇ ଜାଣିପାରିବେ । ମନ୍ତ୍ରାଳୟ ପକ୍ଷରୁ ସାଇଣ୍ଟିସ୍ଟ-ଇ ଓ ସାଇଣ୍ଟିସ୍ଟ -ଏଫ ପଦବୀ ପାଇଁ ବିଭିନ୍ନ ଖବରକାଗଜ ଆଦିରେ ସୂଚନା ଜାରି କରାଯାଇଛି । ଏଥିପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଏମ୍ପ୍ଲୋୟମେଣ୍ଟ ନ୍ୟୁଜରୁ ଖବର ପ୍ରକାଶିତ ହେବାର ୩୦ ଦିନ ଭିତରେ ଆବେଦନ କରିପାରିବେ । ସୂଚନା ଦେବା ଉଚିତ ହେବକି ଆସନ୍ତା ମେ ପହିଲାରେ ଏହି ଖବର ପ୍ରକାଶିତ ହେବାକୁ ଯାଉଛି ।

ଏଡଭାଟାଇଜିଙ୍ଗ ନମ୍ବର 47/1//2021-Admin.i ରହିଛି ।

ତେବେ ଆସନ୍ତୁ ଏବାବଦରେ ଆଉ କିଛି ଜାଣିରଖିବା:

ନୋଟିଫିକେସନ: ଅନଲାଇନ ଜରିଆରେ ସାଇଣ୍ଟିସଟ ବି ପଦବୀ ପାଇଁ ଆବେଦନ କରନ୍ତୁ । ନଚେତ @mnre.gov.in କୁ ଡିଟେଲ ଚେକ କରନ୍ତୁ ।

ନୋଟୋଫିକେସନ ତାରିଖ: ମାର୍ଚ୍ଚ ୨୯ ତାରିଖ, ୨୦୨୨

ଆବେଦନର ଶେଷ ତାରିଖ: ମେ ୧ ତାରିଖ, ୨୦୨୨

ସହର: ନୂଆଦିଲ୍ଲୀ

ରାଜ୍ୟ: ଦିଲ୍ଲୀ

ଦେଶ: ଭାରତ

ଶିକ୍ଷାଗତ ଯୋଗ୍ୟତା: ସର୍ବନିମ୍ନ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ

ବିଶେଷ ଯୋଗ୍ୟତା: ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ ଆବଶ୍ୟକ

ସାଇଣ୍ଟିଷ୍ଟ E ପଦବୀ ପାଇଁ: ନ୍ୟାଚୁରାଲ ସାଇନ୍ସରେ ଡକ୍ଟରେଟ ଡିଗ୍ରୀ କିମ୍ବା ଇଂଜିନିୟରିଙ୍ଗ କିମ୍ବା ଟେକ୍ନୋଲୋଜିରେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ଥିବା ନିହାତି ଦରକାର ।

ଆର ଆଣ୍ଡ ଡ଼ି ପ୍ରଜେକ୍ଟ ମେନେଜମେଣ୍ଟରେ ୧୦ବର୍ଷର ଅଭିଜ୍ଞତା ଥିବା ନିହାତି ଦରକାର । ନବୀକାରଣ ଯୋଗ୍ୟ ଶକ୍ତି ଉତ୍ସ ଯେମିତିକି ସୋଲାର, ହାଇଡ୍ରୋଜେନ ଆଦିରେ ଯଥେଷ୍ଟ କାମ କରିଥିବା ଆବଶ୍ୟକ ।

ସାଇଣ୍ଟିସ୍ଟ F ପଦବୀ ପାଇଁ: ଏହି ବୈଜ୍ଞାନିକ ପଦବୀ ପାଇଁ ନ୍ୟାଚୁରାଲ ସାଇନ୍ସରେ ପିଏଚଡ଼ି ଡିଗ୍ରୀ ଅଥବା କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଂଜିନିୟରିଂ କିମ୍ବା ଟେକ୍ନୋଲୋଜିରେ ସ୍ନାତକତ୍ତୋର ଡିଗ୍ରୀ ରହିବା ଦରକାର ।

ଆର ଆଣ୍ଡ ଡ଼ି, ପ୍ରୋଜେକ୍ଟ ମେନେଜମେଣ୍ଟ, ନବୀକରଣ ଶକ୍ତି ଉତ୍ସ ଯେପରିକି ସୋଲାର, ବାୟୁ, ହାଇଡ୍ରୋଜେନ ଆଦି କ୍ଷେତ୍ରରେ ଅତି କମରେ ୧୨  ବର୍ଷ ଧରି କାମ କରିବା ନେଇ ଅଭିଜ୍ଞତା ଥିବା ଦରକାର ।

ଇଚ୍ଛୁକ ଥିବା ପ୍ରାର୍ଥୀମାନେ ମନ୍ତ୍ରାଳୟର ଅଫିସିଆଲ ୱେବସାଇଟ ଯେମିତିକି https://careermnre.nise.res.in/ କୁ ଯାଇ ଏବାବଦରେ ବିସ୍ତୃତ ଭାବରେ ଜାଣିବା ସହ ଆବେଦନ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.