ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗାଁରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗ ମାଟିଆ ଗାଁରେ ନାବାଳିକାର ସନ୍ଦେହ ଜନକ ମୃତ୍ୟୁ। ଝିଅର ଝୁଲନ୍ତା ମୃତ୍ୟୁଦହକୁ ଦେଖିବା ପରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ମଞ୍ଚେଶ୍ୱର୍ କହିବା ଅନୁଯାୟୀ ମୃତ ନାବାଳିକାଙ୍କ ଘର ବାଣପୁର ଥାନା ଅଧୀନ ଭୀମପୁର ଗାଁରେ । ସହପରିବାର କିନ୍ତୁ  ରଙ୍ଗମାଟିଆ ଗାଁରେ ରୁହନ୍ତି। ମାଆ ଜଣେ ଦିନ ମଜୁରିଆ। ଦୁଇ ଭଉଣୀ ଗୋଟିଏ ଭାଇ।

ସୂଚନା ଅନୁଯାୟୀ, ମା ସକାଳୁ କାମ କରିବା ପାଇଁ ଯାଇଥିଲେ। ଦୁଇ ଭଉଣୀ ଓ ସାନ ଭାଇ ଘରେ ଥିଲେ । ଘଟଣା ସମୟରେ ଭାଇ ମା’ ପାଖକୁ ଯାଇଥିଲା । ଦୁଇ ଭଉଣୀ ଘରେ ଥିଲେ। ସାନ ଭଉଣୀ ପାଖ ଘରକୁ ଯାଇଥିଲା। ହେଲେ ସେ ଆସିଲା ବେଳକୁ ଝରକା ପଟେ ଦେଖିଲା କି, ବଡ଼ ଭଉଣୀ ଗୋଟିଏ ଓଢଣି ବେକରେ ଗୁଡେଇ ଝୁଲୁଛି।

ସେ ଦୌଡ଼ି ଯାଇ ସମସ୍ତଙ୍କୁ ଡାକ ପକାଇଥିଲା। ଖବର ପାଇ ମା’ ମଧ୍ୟ ଆସି ପହଁଚିଲେ । ଓଢଣି କାଟି ଝିଅକୁ ବାହାର କରାଗଲା । ହେଲେ ସେତେବଳକୁ ସବୁ ସରିଥିଲା । ଏନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଛନ୍ ଭିନ୍ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.