ହାର୍ଟରେଟ ମନିଟର ସହିତ ଲଞ୍ଚ ହେଲା Noisefit Core ସ୍ମାର୍ଟୱାଚ, ୨,୯୯୯ ଦାମରେ ମିଳୁଛି ଜବରଦସ୍ତ ଫିଚର୍ସ

Noisefit Core ସ୍ମାର୍ଟୱାଚ ଭାରତରେ ଲଞ୍ଚ ହୋଇଛି। ଯାହାର ବ୍ଯାଟେରୀ ୭ ଦିନ ପର୍ଯ୍ଯନ୍ତ ଚାଲିବ ବୋଲି କମ୍ପାନୀ ଦାବି କରିଛି। ଏହି ସ୍ମାର୍ଟୱାଚ ଆଣ୍ଡ୍ରଏଡ ଏବଂ iOS ଦୁଇଟି ଯାକ ସ୍ମାର୍ଟଫୋନରେ ଚାଲିବ। ଆଉ ଏହାର ଦାମ୍ ରହିଛି ମାତ୍ର ୨,୯୯୯ ଟଙ୍କା। ଏହା ଇ-କମର୍ସ ସାଇଟ ଆମାଜନରେ ଉପଲବ୍ଧ ହେବ।

ଏଥିରେ ୧.୨୮ TFT ସ୍କ୍ରିନ ଦିଆଯାଇଛି। ଯାହାର ପିକ୍ସେଲ ରିଜୋଲିସ୍ଯୁନ ୨୪୦x୨୪୦ ରହିଛି। ଏହି ସ୍ମାର୍ଟୱାଚରେ ସିଲ୍କ ବଟନ ଡାହାଣ ପାଖରେ ଦିଆଯାଇଛି। ଏହାଦ୍ବାରା ୟୁଜର୍ସ UIକୁ ନେଭିଗେଟ କରିପାରିବେ।

ଏହି ସ୍ମାର୍ଟୱାଚ ଦୁଇଟି ଭାରିଅଣ୍ଟ ଯଥା ଚାରକୋଲ ବ୍ଲାକ ଏବଂ ସିଲଭର ଗ୍ରେ ରଙ୍ଗରେ ଆସିବ। ଏଥିରେ ୟୁଜସର୍ ମ୍ଯୁଜିକ ଏବଂ କ୍ଯାମେରାକୁ କଣ୍ଟ୍ରୋଲ କରିପାରିବେ। ଏଥିରେ ହାର୍ଟରେଟ ସେନସର, ଅକ୍ସିଜେନ ମନିଟର ଏବଂ IP68ରେଟିଂ ଦିଆଯାଇଛି। ଏହାର ଟକ୍କର Fire Boltt SpO2 ସ୍ମାର୍ଟୱାଚ ସହିତ ହେବ। Noisefit Core ସ୍ମାର୍ଟୱାଚରେ ୱାଟର ରେସିଷ୍ଟାଣ୍ଟ ସହିତ ୭ଟି ଅଲଗା ଅଲଗା ସ୍ପୋଟର୍ସ ମୋଡ ସହିତ ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.