ରାତିରେ ଭିଡିଓ କରି କହିଲେ ‘ମୋ ଜୀବନ ପ୍ରତି ବିପଦ ଅଛି’, ଆଉ ସକାଳୁ ମିଳିଲା ମୃତଦେହ!
"ମୋ ଜୀବନ ପ୍ରତି ବିପଦ ଅଛି । ଏମାନେ ମୋତେ ମାରିଦେବେ । ପରିବାରର ସତ୍ୟ ନାରାୟଣ ବିଶ୍ଵାଳ, ସ୍ମୁତି ରଂଜନ ବିଶ୍ଵାଳ ଏବଂ ଜଣେ ଘରୋଇ ବ୍ୟାଙ୍କ ଅଧିକାରୀ ସ୍ଵର୍ଣ୍ଣଲତା ସାହୁ ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି।" ଏଭଳି କିଛି ମୋବାଇଲ୍ ସାମ୍ନାରେ କହିବା ପରେ ବାଲିପାଟଣା ଥାନା ଭାକରସାହି ଗ୍ରାମ ବିଶ୍ଵାଳ ସାହିର ରଶ୍ମି ରଂଜନ ବିଶ୍ଵାଳଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ” ମୋ ଜୀବନ ପ୍ରତି ବିପଦ ଅଛି । ଏମାନେ ମୋତେ ମାରିଦେବେ । ପରିବାରର ସତ୍ୟ ନାରାୟଣ ବିଶ୍ଵାଳ, ସ୍ମୁତି ରଂଜନ ବିଶ୍ଵାଳ ଏବଂ ଜଣେ ଘରୋଇ ବ୍ୟାଙ୍କ ଅଧିକାରୀ ସ୍ଵର୍ଣ୍ଣଲତା ସାହୁ ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି।” ଏଭଳି କିଛି ମୋବାଇଲ୍ ସାମ୍ନାରେ କହିବା ପରେ ବାଲିପାଟଣା ଥାନା ଭାକରସାହି ଗ୍ରାମ ବିଶ୍ଵାଳ ସାହିର ରଶ୍ମି ରଂଜନ ବିଶ୍ଵାଳଙ୍କର ମୃତ୍ୟୁ ହୋଇଛି । ରାତିରେ ଏହି ଭିଡିଓ କରି କହିଥିଲେ ଆଉ ସକାଳୁ ତାଙ୍କର ମୃତ୍ଯୁ ହୋଇସାରିଥିଲା।
ରଶ୍ମି ରଂଜନ ବେକରେ ଗାମୁଛା ଲଗାଇ ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି । ମାତ୍ର ତାଙ୍କ ମୃତଦେହକୁ ପରିବାର ଲୋକ ତରବରିଆ ଭାବେ ପୋଡ଼ି ଦେଇଛନ୍ତି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯଦି ରଶ୍ମି ରଂଜନ ଆତ୍ମହତ୍ୟା କରିଛନ୍ତି ତେବେ ପରିବାର ସଦସ୍ୟ ପୋଲିସ୍ କୁ କାହିଁକି ସୂଚନା ଦେଇ ନଥିଲେ।
ପୋଲିସ ଏହା ଜାଣିବା ପରେ ଚୁପ୍ ହୋଇ ବସି ରହିଛି କାହିଁକି? ରଶ୍ମି ରଂଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି? କେଉଁ କାରଣରୁ ତାଙ୍କୁ ତାଙ୍କ ପରିବାର ସଦସ୍ୟ ମାରିବାକୁ ଚେଷ୍ଟା କରିଥିଲେ? ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାଲିପାଟଣା ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଏବେ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ କରିଛି।