ଆପଣଙ୍କ ସାଥି ହ୍ଵାଟ୍ସଆପରେ କାହାକୁ ଅଧିକ କରୁଛନ୍ତି ମେସେଜ୍, ଏହି ସହଜ ଟ୍ରିକରୁ ଲଗାନ୍ତୁ ପତ୍ତା
ଅନେକ ଥର ଲୋକମାନେ ନିଜ ପାର୍ଟନରକୁ ହ୍ଵାଟ୍ସଆପରେ ଅଧିକ କଥା ହେଉଥିବାର ଦେଖନ୍ତି । ଏହା ଦେଖି ଟେନସନ୍ ବି ହୋଇଯାନ୍ତି । ପାର୍ଟନରଙ୍କ ସୁରକ୍ଷାକୁ ନଜରରେ ରଖି ମଧ୍ୟ ଏହା ବିଷୟରେ ଜାଣିବା ଜରୁରୀ ହୋଇଯାଇଥାଏ ।

ହ୍ଵାଟ୍ସଆପ୍ ମ୍ୟାସେଜିଙ୍ଗ ଆପର ବ୍ୟବହାର ପ୍ରାୟ ସମସ୍ତେ କରୁଛନ୍ତି । କେବଳ ଭାରତ ନୁହେଁ ସାରା ଦୁନିଆରେ ହ୍ଵାଟ୍ସଆପ୍ ହେଉଛି ଏକ କମନ୍ ଜରିଆ । ଅନେକ ଥର ଲୋକମାନେ ନିଜ ପାର୍ଟନରକୁ ହ୍ଵାଟ୍ସଆପରେ ଅଧିକ କଥା ହେଉଥିବାର ଦେଖନ୍ତି । ଏହା ଦେଖି ଟେନସନ୍ ବି ହୋଇଯାନ୍ତି । ପାର୍ଟନରଙ୍କ ସୁରକ୍ଷାକୁ ନଜରରେ ରଖି ମଧ୍ୟ ଏହା ବିଷୟରେ ଜାଣିବା ଜରୁରୀ ହୋଇଯାଇଥାଏ । ଯେପରି ଆପଣଙ୍କ ସାଥି କୌଣସି ଖରାପ ସଙ୍ଗତିର ପ୍ରଭାବରେ ପଡିଯାଇନାହାଁନ୍ତି ତ ? ଏମିତିରେ ଯଦି ପାର୍ଟନର ମଧ୍ୟ ଅଧିକାଂଶ ସମୟ ହ୍ଵାଟ୍ସଆପ ଚାଟିଙ୍ଗରେ ବ୍ୟସ୍ତ ରହୁଥାନ୍ତି ତାହେଲେ ଆପଣଙ୍କୁ ଆଉ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାହିଁକିନା ଏବେ ଆପଣ ଅତି ସହଜରେ ଜାଣିପାରିବେ ଯେ ଆପଣଙ୍କ ପାର୍ଟନର ହ୍ଵାଟ୍ସଆପରେ କାହାକୁ ସହ ସବୁଠାରୁ ଅଧିକ ମେସେଜ୍ ପଠାଉଛନ୍ତି ଏବଂ ଲଗାତର ଚାଟିଙ୍ଗ କରୁଛନ୍ତି । ଏଥିପାଇଁ ଏକ ସହଜ ହ୍ଵାଟ୍ସଆପ ଟ୍ରିକ ରହିଛି, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ଆମେ ଯାହା ବିଷୟରେ କଥା ହେଉଛି ସେ ଏକ ଫିଚର ଅଟେ । ଯାହା ସାହାଯ୍ୟରେ ଆପଣ ସମସ୍ତ ଡିଟେଲ୍ ସମ୍ପର୍କରେ ଜାଣିପାରିବେ । ଏମିତି ତ ଏହି କାମ କରିବାର ସବୁଠାରୁ ସହଜ ତରିକା ହେଉଛି ଆପଣ ସର୍ବପ୍ରଥମେ ନିଜ ପାର୍ଟନରଙ୍କ ଫୋନ୍ ପାସଓ୍ଵାର୍ଡକୁ ନେଇ ହ୍ଵାଟ୍ସଆପ୍ ଓପନ କରନ୍ତୁ । ଏବଂ ତାଙ୍କ ଚାଟ୍ସ ଉପରେ ନଜର ପକାନ୍ତୁ ଏବଂ ତାଙ୍କ ଗ୍ରୁପ୍ସ ଚେକ କରନ୍ତୁ । ଯଦି ଆପଣ ଏପରି କରିପାରୁନାହାଁନ୍ତି ତାହେଲେ ଆପଣ ଅନ୍ୟ ଏକ ତରିକା ବି ଆପଣାଇପାରିବେ । ଯେମିତିକି ବନ୍ଧୁଙ୍କ ସହ ଚାଟିଙ୍ଗ, ସମ୍ପର୍କୀୟଙ୍କ ସହ ଚାଟିଙ୍ଗ୍ କିମ୍ବା ଅନ୍ୟ କ୍ଲୋଜ୍ ଲୋକଙ୍କ ସହ କଥାବାର୍ତ୍ତା କରି ମଧ୍ୟ ଏହା ବିଷୟରେ ପତ୍ତା ଲଗାଇପାରିବେ । ଆପଣ ଏହା ମଧ୍ୟ ଜାଣିପାରିବେ ଯେ ଆପଣଙ୍କ ପାର୍ଟନର କାହା ସହ ସବୁଠାରୁ ଅଧିକ କଥା ହେଉଛନ୍ତି । ଯଦି ଏମିତି କଲେ କୌଣସି ସମସ୍ୟା ହେଉଛି ତାହେଲେ ଆଉ ଏକ ତରିକା ବି ଆପଣଙ୍କ ବଡ କାମରେ ଆସିବ ।
- ପାର୍ଟନର କାହା ସହ କଥା ହେଉଛନ୍ତି ଏହା ଜାଣିବା ପାଇଁ ପ୍ରଥମେ ନିଜର ହ୍ଵାଟ୍ସଆପକୁ ଓପନ କରନ୍ତ । ଏବଂ ସାଇଡ କର୍ଣ୍ଣରରେ ଥିବ ଥ୍ରି ଡଟ୍ସ ମେନ୍ୟୁ ଉପରେ କ୍ଲିକ କରନ୍ତୁ ।
- ଏହାପରେ ସେଟିଙ୍ଗକୁ ଯାଇ କ୍ଲିକ କରନ୍ତୁ । ଏଠାରେ ଆପଣଙ୍କୁ ଅନେକ ସାରା ଅପ୍ସନ ନଜର ଆସିବ । ଏଠାରେ ଆପଣ ଷ୍ଟୋରେର ଆଣ୍ଡ ଡାଟା ନାମକ ଅପ୍ସନ ନଜର ଆସିବ । ସେଠାରେ କ୍ଲିକ କରନ୍ତୁ ।
- ଏଠାରେ ଆପଣଙ୍କୁ ଅନେକ ଅପସନ ଶୋ କରିବ ସେଠାରେ ମ୍ୟାନେଜ ଷ୍ଟୋରେଜ ଅପ୍ସନ ମିଳିବ । ତାହା ଉପରେ କ୍ଲିକ କରନ୍ତୁ ।
- ସେଠାରେ କ୍ଲିକ କରିବା ପରେ ହିଁ ଆପଣଙ୍କ ଅନକେ ଅପ୍ସନ ଦେଖାଯିବ । ଯାହାର ନାମ ପ୍ରଥମେ ରହିବ, ତାଙ୍କ ସହିତ ଆପଣ ସବୁଠାରୁ ଅଧିକ କଥା ହେଉଛନ୍ତି ।