ଗୁଜରାଟ ଟାଇଟନ୍ସକୁ ଲାଗିଲା ଝଟକା, ଆଇପିଏଲ୍‌ ସିଜିନରୁ ବାଦ୍‌ ପଡିଲେ କେନ୍‌ ଓ୍ଵିଲିୟମସନ

ଆଇପିଏଲ୍‌ ପ୍ରଥମ ମ୍ୟାଚରୁ ଗୁଜରାଟ ଟାଇଟନ୍ସକୁ ଲାଗିଲା ବଡ ଝଟକା । ଫିଲ୍ଡିଂ କରୁଥିବା ସମୟରେ ଆହତ ହେଲେ କେନ୍‌ ଓ୍ଵିଲିୟମସନ । ଏବେ ସଂପୂର୍ଣ୍ଣ ସିରିଜରୁ ବାଦ୍‌ ପଡିଲେ କେନ୍‌ ଓ୍ଵିଲିୟମସନ।

ଆଇପିଏଲ୍ ୨୦୨୩ ଜୋରଦାର ଭାବେ ଆରମ୍ଭ ହୋଇଛି । ହେଲେ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ଲାଗିଛି ବଡ଼ ଝଟକା। ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଛନ୍ତି ବ୍ୟାଟର କେନ୍ ୱିଲିୟମସନ। ଚେନ୍ନାଇ ବ୍ୟାଟିଂ କରୁଥିବା ସମୟରେ ରନ୍ ବଞ୍ଚାଇବା ପାଇଁ ସୀମାରେ ଫିଲ୍ଡିଂ କରୁଥିବାବେଳେ ଇନିଂସର ୧୩ତମ ଓଭରରେ ସେ ଆହତ ହୋଇଥିଲେ। ଆଣ୍ଠୁରେ ଆଘାତ ଯୋଗୁଁ କେନ୍ ୱିଲିୟମସନ ପୁରା ସିଜିନରୁ ବାଦ ପଡିଛନ୍ତି।

ଚେନ୍ନାଇ ଇନିଂସର ୧୩ ତମ ଓଭରରେ ଚେନ୍ନାଇ ଦଳର କ୍ରିଜରେ ରୁତୁରାଜ ଗାୟକୱାଡ ଉପସ୍ଥିତ ଥିଲେ। ସେ ବୋଲର ଜୋଶୁଆ ଲିଟିଲଙ୍କ ମିଡ ୱିକେଟ୍ ଆଡକୁ ଏକ ଚମତ୍କାର ସଟ୍ ମାରିଥିଲେ। ଏହି ମ୍ୟାଚ ସମୟରେ ଏକ ଛକା ଅଟକାଇବାକୁ ଯାଇ ୱିଲିୟମସନଙ୍କୁ ଆଣ୍ଠୁରେ ଆଘାତ ଲାଗିଥିଲା। ସେ ସେଠାରେ ପଡି ଛଟପଟ ହୋଇଥିଲେ । ତା’ ପରେ ଫିଜିଓ ତାଙ୍କୁ ଆସି ଚିକିତ୍ସା କରିଥିଲେ ।

ତେବେ କେନ୍‌ ଓ୍ଵିଲିୟମସନଙ୍କ ସ୍ଥାନରେ ଗୁଜରାଟ ଟାଇଟନ୍ସ ସାଇ ସୁଦର୍ଶନଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଟିମରେ ସ୍ଥାନ ଦେବେ । ଗୁଜୁରାଟ ଫ୍ରାଞ୍ଚାଇଜ୍ ୨୦୨୩ ମିନି ନିଲାମରେ ୱିଲିୟମସନଙ୍କୁ ୨ କୋଟି ଟଙ୍କା ଟେଣ୍ଡର କରି କିଣିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.