ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ୨ ଦିନ ବିତିଯାଇଥିଲେ ମଧ୍ୟ ନା ଖୋଲିଛି ରହସ୍ଯ ନା ପରିବାରକୁ ମିଳିଛି କ୍ଷତିପୂରଣ
ମାହାଙ୍ଗା(କେନ୍ୟୁଜ୍): କଟକ ଜିଲ୍ଲା ମାହାଙ୍ଗା ଥାନା ହଳଦିଆ ପଞ୍ଚାୟତ ମେଗା ପାନୀୟ ଜଳ ପ୍ରକଳ୍ପରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଲାଗି ରହିଛି ସସପେନ୍ସ। ତେବେ ଏହି ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ନା କୌଣସି କ୍ଷତିପୂରଣ ମିଳିଛି ପରିବାରକୁ ନା କୌଣସି ବିଭାଗୀୟ ଅଧିକାରୀ ନା ସିକ୍ୟୁରିଟି ସଂସ୍ଥାର ମାଲିକ ପହଁଚିଛନ୍ତି ପରିବାର ନିକଟରେ।
ମୃତ ସିକ୍ୟୁରିଟି ଗାର୍ଡ ଜଣକ ହେଉଛନ୍ତି ବରାହିପୁର ପଞ୍ଚାୟତ ଦେ-ବରିଅ ଗ୍ରାମର ଅଜୟ କୁମାର ଖଟୁଆ। ଏନେଇ ପରିବାର ପକ୍ଷରୁ ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି।