ଭଲ ଅଭିନୟର ପୁରସ୍କାର: ଗିରଫ ହେଲେ ସ୍ବିଗି ଡେଲିଭରୀ ବୟ ପତିତପାବନ

କେନ୍ୟୁଜ୍(ବ୍ୟୁରୋ):ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ ଗିରଫ।ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ସେ ଭୟର ବାତାବରଣ ସୃଷ୍ଟି କରିଥିଲେ । ପୋଲିସ, ପରିବାର ଲୋକ ଓ ଜନସାଧାରଣଙ୍କୁ ଭ୍ରମିତ କରିଥିଲେ । ଏହି ଅପରାଧ ପାଇଁ ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ତାଙ୍କୁ ଖୁବଶୀଘ୍ର କୋର୍ଟଚାଲାଣ କରାଯିବ । ପତିତପାବନ ସ୍ୱିଗୀର କର୍ମଚାରୀ ନୁହନ୍ତି ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ପ୍ରେମିକା ସହ ଫେରାର ପାଇଁ ଅପହରଣ ନାଟକ ରଚିଥିଲେ ପତିତପାବନ ।

ୟୁଟ୍ୟୁବରୁ ଅପହରଣ ତରିକା ଶିଖିଥିଲା । ଦୋକାନରୁ କିଣିଥିଲେ ନୂଆ ଛୁରୀ ଓ ସିମ୍‌। ସେହି ସିମ୍‌ରେ ପତ୍ନୀ ଅହଲ୍ୟାଙ୍କୁ ଭଏସ୍‌ ମେସେଜ୍‌ କରିଥିଲେ । ଚିକୁନ୍‌ ଓ ତାଙ୍କ ବାନ୍ଧବୀଙ୍କୁ ମଧ୍ୟପ୍ରଦେଶରୁ ଉତ୍କଳ ଏକ୍ସପ୍ରେସରେ ଓଡ଼ିଶା ଆଣିବା ପରେ ଧଉଳି ଥାନାରେ ପଚରାଉଚରା କରାଯାଇଛି । ଉଦ୍ଧାର ହୋଇଥିବା ଯୁବତୀଙ୍କୁ ପଚରାଉଚରା ସହ ସିଆରପିସିର ୧୬୧ରେ ବୟାନ ରେକର୍ଡ କରାଯାଇଛି । ନିଜ ଇଚ୍ଛାରେ ଚିକୁନ ସହ ଯାଇଥିବା ଯୁବତୀ ଜଣଙ୍କ କହିଛନ୍ତି । ଏଥିସହ ଚିକୁନର ପରିବାର ଲୋକଙ୍କୁ ପଚରାଉଚରା କରିଛି ପୋଲିସ । ଏପଟେ ଅହଲ୍ୟା କହିଛନ୍ତି ସ୍ୱାମୀ ମୋର ନ ହେଲେ ତାଙ୍କ ନାଁରେ କେସ୍‌ ଦେବି ।

ଏପଟେ ଚିକୁନ ଓ ତାଙ୍କ ବାନ୍ଧବୀଙ୍କୁ ଓଡ଼ିଶା ବାହାରକୁ ଖସିବାରେ ସହଯୋଗ କରିଥିବା ଯୁବତୀଙ୍କୁ ଗୋପ ଥାନାରେ ଅଟକ ରଖି ଜେରା କରାଯାଉଛି। ନିଜ ଅପହରଣ ନାଟକ ନିଜେ ରଚିଥିଲା ପତିତପାବନ ପୃଷ୍ଟି । ମିଛ କ୍ରାଇମ ସ୍ପଷ୍ଟ ବି ବନାଇଥିଲା । ବର୍ଷକ ତଳେ ପ୍ରେମ ବିବାହ କରିଥିବା ଚିକୁନ ଗୋପ ଅଞ୍ଚଳର ଜଣେ ପ୍ରେମିକା ସହ ଫେରାର ହୋଇଯାଇଥିଲା । ରାଜ୍ୟ ବାହାରେ ପ୍ରେମିକା ସହ ସେଟଲ୍‌ ହେବାକୁ ପ୍ଲାନ କରିଥିଲେ । ଉତ୍କଳ ଏକ୍ସପ୍ରେସରେ ଗୋପ ଅଞ୍ଚଳର ବାନ୍ଧବୀ ସହ ପତିତ ପଳାଇଥିବା ବେଳେ ସେମାନଙ୍କୁ ମଧ୍ୟପ୍ରଦେଶର କଟନୀ ଷ୍ଟେସରେ ସେମାନଙ୍କୁ ଅଟକ ରଖିଥିଲା ରେଲୱେ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.