ଅନୁଗୁଳ: ଡାକ୍ତରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ୩୦ ହଜାର ଟଙ୍କା ଧରି ଚମ୍ପଟ ମାରିଲା ରୋଗୀ

ଅନୁଗୁଳ: ଡାକ୍ତରଙ୍କ କ୍ଲିନିକରୁ ଚୋରି । ଡାକ୍ତରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ୩୦ ହଜାର ଟଙ୍କା ଧରି ଚମ୍ପଟ ମାରିଛି ରୋଗୀ । ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ। ଅନୁଗୁଳର ଡାକ୍ତର ଦୀପକ ଗଡ଼ନାୟକଙ୍କ ବାସଭବନରେ ଚୋରି ହୋଇଛି । ଜଣେ ମହିଳା ତାଙ୍କ କ୍ଲିନିକକୁ ଆସିଥିଲେ । ଡାକ୍ତର ନଥିବାର ସୁଯୋଗ ନେଇ ଡ୍ର ଭିତରୁ ଟଙ୍କା ନେଇ ପଳାଇଲେ । ଏନେଇ ଅନୁଗୁଳ ଥାନାରେ ଅଭିଯୋଗ ପରେ ସିସିଟିଭି ଆଧାରରେ ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.