କଟକ ଜନାର୍ଦ୍ଦନପୁର କେଉଟିଲି ଗାଁରେ ଜଳବନ୍ଦୀରେ ୮ ପରିବାର, ସମସ୍ୟାର ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି

ମାହାଙ୍ଗା: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର କେଉଟିଲି ଗାଁ। ଏହି ଗାଁରେ ଜଳବନ୍ଦୀ ହୋଇ ରହିଛନ୍ତି ୮ ପରିବାର।  ଚିତ୍ରୋତୋଳା ଦକ୍ଷିଣ ପାର୍ଶ୍ୱର ମୁଖ୍ୟ କେନାଲରୁ ଶାଖା କାଡା ନାଳିକୁ ଚାଷୀ ସେମାନଙ୍କ ବିଲକୁ ପାଣି ନେଉଛନ୍ତି। ମାତ୍ର ଏହି ପାଣି ବିଲକୁ ଯିବା ପରିବର୍ତ୍ତେ ଅନ୍ୟଲୋକଙ୍କର ବିଲ ଓ ବାଡିରେ ପଶୁଛି। ଏହାଦ୍ୱାରା କେଉଟୁଲି ଗାଁ ପତି ସାହିର ଏହି ୮ ପରିବାର ଏବେ ଜଳବନ୍ଦୀ ହୋଇ ଜୀବନ କାଟୁଛନ୍ତି।

ଫସଲ ବି ଅମଳ ହୋଇ ପାରୁନାହିଁ। କାଡାନାଳଟି ଅଧପନ୍ତରିଆ ଭାବେ ପଡି ରହିଥିବାରୁ ଚାଷୀ ନିଜ ଜମିରେ ପାଣି ମଡାଇବା ପାଇଁ ଅନ୍ୟ ଘରୋଇ ଜମି ଦେଇ ବିଲରେ ପାଣି ମଡାଉଛନ୍ତି। ଦୀର୍ଘ ୨୦ ବର୍ଷ ଧରି ଏଭଳି ଭାବେ ଚାଷୀମାନେ ନିଜ ଜମିକୁ କେନାଲରୁ ପାଣି ନେଉଛନ୍ତି। ଲିଖିତ ଅଭିଯୋଗ ପରେ ବି ସମସ୍ୟାର ସମାଧାନ ନହେବାରୁ ଶେଷରେ ସେମାନେ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.