Below header

ତାଳଚେର ଏମସିଏଲରେ ଅଘଟଣ ପରେ ଘନଉଛି କୋଇଲା ସଙ୍କଟ

ତାଳଚେର(କେନ୍ୟୁଜ୍): ଘନଉଛି କୋଇଲା ସଙ୍କଟ। ଖାଲି ରହିଛି ଷ୍ଟକ। ତାଳଚେରରେ ଏମସିଏଲ ଭରତପୁର କୋଇଲାଖଣି ଅଘଟଣ ପରେ ୧୫ ଦିନ ଧରି ଖଣି ବନ୍ଦ ଆନ୍ଦୋଳନ ଜାରି ରହିଛି । ଖଣି ବନ୍ଦ ଆନ୍ଦୋଳନ ପ୍ରଭାବ ପଡ଼ିଛି ଏନ୍‌ଟିପିସି ଉପରେ । ଏନ୍‌ଟିପିସିର ୬ଟି ୟୁନିଟ୍‌ରୁ ୩ ହଜାର ମେଗାଓ୍ଵାଗ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଥାଏ । ଖଣି ବନ୍ଦ ଆନ୍ଦୋଳନ ଫଳରେ ଏନ୍‌ଟିପିସିରେ ଦେଖାଦେଇଛି କୋଇଲା ଶଙ୍କଟ । ଏନ୍‌ଟିପିସିର ୪ଟି ୟୁନିଟ୍‌ ବନ୍ଦ ଥିବା ବେଳେ ୨ଟି ୟୁନିଟ୍‌ରୁ ଆଂଶିକ ଭାବେ ୭୦୦ ମେଗାଓ୍ଵାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହେଉଛି । ଏନ୍‌ଟିପିସିକୁ ଇବ୍‌ ଭ୍ୟାଲିରୁ ୪ ହଜାର ମେଟ୍ରିକ୍‌ ଟନ୍‌ କୋଇଲା ଆସିଥିଲା । ଏନ୍‌ଟିପିସିର ଷ୍ଟକ୍‌ ଖାଲି ଅଛି । ଷ୍ଟକ୍‌ରେ କୋଇଲା ନାହିଁ । ଏନ୍‌ଟିପିସିକୁ ଦୈନିକ ୫୫ ହଜାର ମେଟ୍ରିକ୍‌ ଟନ୍‌ କୋଇଲା ଆବଶ୍ୟକତା ରହିଛି । ସେପଟେ ଖଣି ବନ୍ଦ ଆନ୍ଦୋଳନ ନେଇ ଆଜି ବୈଠକ ବସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.