Below header

ହ୍ବାଟସଆପ୍ ର ଏହି ୩ଟି ନୂଆ ଫିଚର୍ସ ଆପଣଙ୍କ ପାଇଁ ହେବ ଲାଭକାରୀ

ଇଷ୍ଟାଣ୍ଟ ମ୍ୟାସେଜିଙ୍ଗ୍ ଆପ୍ ହ୍ବାଟସଆପ୍ ଏହି କିଛି ଦିନ ଭିତରେ ଅନେକ ଫିଚର୍ସ ଲଞ୍ଚ କରିସାରିଛି। ଏଗୁଡିକ ବ୍ୟବହାରକାରୀମାନଙ୍କ ପାଇଁ ମଧ୍ୟ ଖୁବ୍ ଲାଭକାରୀ ହୋଇପାରିବ। ଏହା ମଧ୍ୟରେ ଏଭଳି କିଛି ଫିଚର୍ସ ରହିଛି, ଯାହା ମିଥ୍ୟା ଖବର ପ୍ରଚାର କରିବାରେ ରକ୍ଷା କରିପାରିବ। କିଛି ଫିଚର୍ସ ଜରିଆରେ ଆପଣମାନେ ମଧ୍ୟ ଅତି ସହଜରେ ହ୍ବାଟସଆପ ବ୍ୟବହାର କରିପାରିବେ। ଏହା ଏଭଳି ଏକ ଫିଚର୍ସ ଯେଉଁଥିପାଇଁ ଅପଡେଟ୍ ମଧ୍ୟ ଜାରି କରାଯାଇଛି। ବର୍ତ୍ତମାନ ଯଦି ଆପଣମାନେ ଏହି ଫିଚର୍ସ ପାଇନାହାନ୍ତି ତେବେ ଖୁବ୍ ଶୀଘ୍ର ଏହା ଆପଣଙ୍କୁ ମିଳିବ।

-ଏହି ନୂଆ ଫିଚର ଦ୍ବାରା ବର୍ତ୍ତମାନ ଲୋକମାନେ ଲଗାତାର ମେସେଜ୍ ଫରୱାର୍ଡ କରିପାରିବେ। ପୂର୍ବରୁ ହ୍ବାଟସଆପ୍ ରେ କେବଳ ମାତ୍ର ୫ ଜଣଙ୍କୁ ହିଁ ମେସେଜ୍ ଫରୱାର୍ଡ କରିବା ପାଇଁ single arrow ଦେଖାଯାଉଥିଲା। ବର୍ତ୍ତମାନ କିନ୍ତୁ ହ୍ବାଟସଆପ୍ ରେ ୫ ଜଣଙ୍କ ଠାରୁ ଅଧିକ ଲୋକମାନଙ୍କୁ ମେସେଜ୍ ସେଣ୍ଡ କରିବା ପାଇଁ ଆପଣଙ୍କୁ ଏହି ଫିଚର ମାଧ୍ୟମରେ double arrow ଆଇକନ୍ ଦେଖାଯିବ।

WhatsApp-ହ୍ବାଟସଆପ୍ ର ଏହି ଫିଚର ଦ୍ବାରା ବର୍ତ୍ତମାନ ଆପଣମାନେ ହ୍ବାଟସଆପ୍ ରେ ଫଟୋ ସେଣ୍ଡ କରିବା ସମୟରେ ୟୁଜରମାନେ କେଉଁ ଫଟୋ ସେଣ୍ଡ କରୁଛନ୍ତି ନିଜେ ଦେଖିପାରିବେ। କିନ୍ତୁ ପୂର୍ବରୁ ବ୍ୟବହାରକାରୀମାନଙ୍କୁ ପ୍ରୋଫାଇଲ ଫଟୋ ନଥିବା ବ୍ୟବହାରକାରୀମାନଙ୍କୁ ମେସେଜ୍ ସେଣ୍ଡ କରିବା ସମୟରେ ବେଶୀ ସମସ୍ୟା ହେଉଥିଲା। ବର୍ତ୍ତମାନ କିନ୍ତୁ ଆପଣ ବଟନ ଟାଇପ୍ କଲା ମାତ୍ରେ ସେଣ୍ଡ କରୁଥିବା କଣ୍ଟାକ୍ଟଙ୍କ ନା ଦେଖାଯିବ।

ଏହାସହ ପଢନ୍ତୁ: ୟୁଟ୍ୟୁବରେ ଭିଡିଓ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର, ବର୍ତ୍ତମାନ ମିଳିବ ନୂଆ ସୁବିଧା

-ଆଣ୍ଡ୍ରୋଏଡ୍ ସେଟ୍ ର ଅପଡେଟ ୨.୧୮.୧୮୩ ମାଧ୍ୟମରେ ବ୍ୟବହାରକାରୀମାନଙ୍କୁ ମ୍ୟୁଟ କରାଯାଇଥିବା ଅପଡେଟକୁ ହାଇଡ୍ କରିବା ପାଇଁ ଅପ୍ସନ ଦିଆଯିବ। ଏହା ପୂର୍ବରୁ ମ୍ୟୁଟ କରାଯାଇଥଇବା ଷ୍ଟାଟସ୍ ୟୁଜରଙ୍କ ଷ୍ଟାଟସ ଲିଷ୍ଟର ତଳେ ଆସୁଥିଲା। ବର୍ତ୍ତମାନ କିନ୍ତୁ ଏଭଳି ହେବ ନାହିଁ। କିନ୍ତୁ ଏହାକୁ ଦେଖିବା ପାଇଁ ଆପଣଙ୍କୁ ଅପ୍ସନ ମିଳିପାରିବ ଏବଂ ଆପଣଙ୍କୁ ହାଇଡ୍ ସେକ୍ସନ ଓପନ କରିବାକୁ ପଡ଼ିବ। ଏହି ଫିଚର ହ୍ବାଟସଆପ୍ ବ୍ୟବହାରକାରୀମାନଙ୍କ ପାଇଁ ଲାଭକାରୀ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.