Below header

ଭିଜିଲାନ୍ସ ଜାଲରେ ତାଳଚେର ଗ୍ରାମ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ

ତାଳଚେର: ପୁଣି ଭିଜିଲାନ୍ସ ଜାଲରେ ସହାକାରୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଗ୍ରାମ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ରେଡ୍‌ କରାଯାଇଛି। ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି।

ଢେଙ୍କାନାଳ ଟାଉନ ପ୍ଲାନିଂ ଅନ୍ତର୍ଗତ ବାସ ଭବନ, ସେମେତ ଶ୍ୱଶୁର ଘର, ସରକାରୀ ବାସଭବନ, ପୈତୃକ ଗାଁ, ଭୁବନେଶ୍ୱରରେ ଥିବା ଆପାର୍ଟମେଣ୍ଟ ଓ କାର୍ଯ୍ୟାଳୟରେ ମିଳିତ ଚଢାଉ ଚାଲିଛି। କଟକ ଓ ଅନୁଗୁଳ ମିଳିତ ଭିଜିଲାନ୍‌ସ ବିଭାଗ ପକ୍ଷରୁ ଚଢାଉ କରାଯାଉଛି। ଚନ୍ଦ୍ରମଣି ସାହୁଙ୍କ ନାଁରେ ପୂର୍ବରୁ ମଧ୍ୟ ଭିଜିଲାନ୍‌ସ ପଖରେ ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.