ଦଣ୍ଡ ମୁକ୍ତ ଅଞ୍ଚଳରେ ମିଳିଲା ଦଣ୍ଡ, ଶିକ୍ଷକ ଓ ପିଅନ ମିଶି ଭାଙ୍ଗିଦେଲେ ଛାତ୍ରଙ୍କ କାନ୍ଧାର ହାଡ଼

ଯାଜପୁର(କେନ୍ୟୁଜ୍):   ଶିକ୍ଷକ ଓ ପିଅନଙ୍କ ମାଡରେ ଛାତ୍ର ଗୁରୁତର। ତାଙ୍କର କାନ୍ଧର ହାଡ଼ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବନ୍ଧଗାଁ ସ୍ଥିତ ଳାଙ୍ଗୁଳା ବାବା ଉଚ୍ଚ ବିଦ୍ୟାଳୟରୁ ଆସିଛି ଏହି ଅଭିଯୋଗ। ଦଶମ ଶ୍ରେଣୀର ଛାତ୍ର ଓ ଜଣେ ଛାତ୍ରୀଙ୍କ ମଧ୍ୟରେ ଏକ ବହି ହଜିବା ଘଟଣାକୁ ନେଇ କଳହ ହୋଇଥିଲା। ଏହି କଳହକୁ କେନ୍ଦ୍ର କରି ଛାତ୍ରଙ୍କୁ ଶିକ୍ଷକ ଓ ଜଣେ ପିଅନ ମାଡ ମାରି ତାକାନ୍ଧର ହାଡ଼ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରଙ୍କ ବାପା। ପୋଲିସର ପ୍ରତିକ୍ରିୟା ମିଳି ନଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଶିକ୍ଷକ ଓ ପ୍ରଧାନ ଶିକ୍ଷକ। ଛାତ୍ରଙ୍କୁ ଶିକ୍ଷକ ମାରିଥିବା ନେଇ ସେଠାରେ ଉପସ୍ଥିତ ଛାତ୍ରୀ ସ୍ୱୀକାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.