ଆଶାୟୀମାନେ ଧ୍ୟାନ ଦିଅନ୍ତୁ, ରାଜ୍ୟରେ ୧୧ ହଜାର ୪୫୦ ଶିକ୍ଷକ ପଦବି ପୂରଣ କରିବେ ସରକାର

ଭୁବନେଶ୍ୱର (କେନ୍ୟୁଜ୍‌) : ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧,୪୫୦ ଗୋଟି ଶିକ୍ଷକ ପଦବି ପୂରଣ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ପ୍ରଥମ ପର୍ଯ୍ୟାୟ ରେ ୪୬୧୯ଟି ଶିକ୍ଷକ ପଦବି ପୂରଣ ପାଇଁ ପଦକ୍ଷେପ ନିଆଯିବ । ଏଥିରେ ୨୦୫୫ଟି ହିନ୍ଦୀ ଶିକ୍ଷକ, ୧୩୦୪ଟି ସଂସ୍କୃତ ଏବଂ ୧୨୬୦ଟି ପିଟି ଶିକ୍ଷକ ପଦବି ରହିଛି । ଏସବୁ ପଦବି ପାଇଁ ଆବେଦନ କରିବା ନିମନ୍ତେ ଆସନ୍ତା ୨୩ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବ । ଏ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୬୦୬୫ଟି ଟିଜିଟି ଓ ତେଲଗୁ ଶିକ୍ଷକ ଏବଂ ତୃତୀୟ ପର୍ଯ୍ୟାୟରେ ୯୪୦ ଗୋଟି ନୂତନ ସୃଷ୍ଟି ହୋଇଥିବା ଟିଜିଟି, କ୍ଲାସିକାଲ ଏବଂ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ସୂଚନା ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.