ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଚାରପତିମାନେ ସେହି ପଦବୀରେ ରହିବେ

କେନ୍ଯୁଜ୍: ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ଶୁଣାଣି କରୁଥିବା ବିଚାରପତିମାନେ ସେହି ପଦବୀରେ ରହିବେ । ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପଦବୀରେ ରହିବେ । ଏଭଳି ମାମଲାର ତ୍ୱରିତ ଶୁଣାଣି ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ସ୍ୱତନ୍ତ୍ର ଅଦାଲତ ସ୍ଥାପନ ପାଇଁ ଥିଲା ନିର୍ଦ୍ଦେଶନାମା ।

ହାଇକୋର୍ଟଙ୍କ ବିନା ଅନୁମତିରେ ଏଭଳି ମାମଲା ପ୍ରତ୍ୟାହାର ହୋଇପାରିବ ନାହିଁ । ହାଇକୋର୍ଟଙ୍କ ବିନା ଅନୁମତିରେ ପ୍ରତ୍ୟାହାର ହେବନି ସାଂସଦ ଓ ବିଧାୟକଙ୍କ ମାମଲା। ଅଗଷ୍ଟ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.