Below header

ଆଜି ଗୁରୁ ଗର୍ଜନ, ମହାସମାବେଶରେ ଯୋଗଦେବେ ୫୦ ହଜାରରୁ ଅଧିକ ଶିକ୍ଷକ

ଭୁବନେଶ୍ବର(କେନ୍ଯୁଜ୍) : ଆଜି ମହାସମାବେଶ କରିବେ ବ୍ଲକଗ୍ରାଣ୍ଟ ଶିକ୍ଷକ । ଲୋୟର ପିଏମ୍‌ଜିରେ ୫୦ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ସମେତ ବହୁ ଜନସାଧାରଣ ସାମିଲ ହେବେ । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ୩୬ ଦିନରେ ପହଞ୍ଚିଛି । ରାସ୍ତାରେ ରାତି କାଟୁଛନ୍ତି ଶିକ୍ଷକ ଓ ଅଧ୍ୟାପକ । ତେବେ ମହାସମାବେଶ ପୂର୍ବରୁ ରାଜ୍ୟର ୩୧୪ଟି ବ୍ଲକର ସମସ୍ତ ପଞ୍ଚାୟତରେ ଶିକ୍ଷକମାନେ ପଦଯାତ୍ରା କରିଛନ୍ତି । ଅଭିଭାବକ ମାନଙ୍କ ନିକଟକୁ ଯାଇ ଲିଫଲେଟ୍‌ ବାଣ୍ଟିଥିଲେ । କିଛି ସ୍ଥାନରେ ପଦଯାତ୍ରାରେ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ । ଶିକ୍ଷକ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ସ୍ତରୀୟ ବୈଠକରେ ମଧ୍ୟ ଆଲୋଚନା ହୋଇଥିଲା । ହେଲେ ଏଥିରୁ କିଛି ସୁଫଳ ମିଳିନାହିଁ । ସେପଟେ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ୩୦ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.