କଟକ ସାଲେପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

ସାଲେପୁର(କେନ୍ଯୁଜ୍) : କଟକ ସାଲେପୁରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ ଏକ କାର ପିଟିବା ଫଳରେ କାର୍‌ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି । କାରଟି ସାଲେପୁରରୁ କଟକ ଷ୍ଟେସନ୍‌କୁ ଯାଉଥିଲେ । କଟକ-ଚାନ୍ଦାବାଲି ରାସ୍ତାର ଭାଇରପୁରରେ ଟ୍ରକ୍‌କୁ ପିଟିଥିଲା କାର । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଜଣଙ୍କ ଜୀବନ ଯାଇଛି । ସମସ୍ତ ମୃତକଙ୍କ ଘର ସାଲେପୁର ବ୍ଲକ ଚାରମଣିଆରେ ବୋଲି ଜଣାପଡ଼ିଛି ।

 

Leave A Reply

Your email address will not be published.