ହକି ମହାସମର ପାଇଁ ଆଉ ୭୦ ଦିନ, କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର(କେନ୍ଯୁଜ୍) : ହକି ବିଶ୍ୱକପ୍‌ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ । ହାତରେ ଆଉ ମାତ୍ର ୭୦ଦିନ । କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ନଭେମ୍ବର ୨୮ରୁ  ଡିସେମ୍ବର ୧୬ ତାରିଖ ପର୍ଯ୍ଯନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ଜମିବ ହକିର ମହାସମର । ଯୋଗ ଦେବେ ୧୬ଟି ଦେଶ । ମୋଟ୍‌ ୩୬ଟି ମ୍ୟାଚ୍‌ ଖେଳାଯିବ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଚାଲିଛି  ଜାତୀୟ ପ୍ରଶିକ୍ଷଣ ଶିବିର ।  ଖେଳାଳିଙ୍କୁ ତାଲିମ ଦିଆଯାଉଛି । ବିଶ୍ୱକପ୍‌ ହାତେଇବାକୁ ଝାଳବୁହା ଅଭ୍ୟାସ କରୁଛି ଭାରତୀୟ ଦଳ ।

hockey 1ଜାକର୍ତ୍ତା ଏସୀୟ କ୍ରୀଡ଼ାର ଭୁଲ୍‌କୁ ସୁଧାରି ବିଶ୍ୱକପ ଜିତିବାକୁ ଦଳ ନୂଆ ରଣନୀତି ପ୍ରସ୍ତୁତ କରିଛି। ଫିଟ୍‌ ଓ ଉତ୍ତମ ଖେଳ ପ୍ରଦର୍ଶନ କରୁଥିବା ଖେଳାଳୀଙ୍କୁ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି  ଓ ବିଶ୍ୱକପ୍‌ରେ ସୁଯୋଗ ମିଳିବ। ସେପଟେ ଘରୋଇ ଦର୍ଶକ ଓ ପିଚ ଭାରତୀୟ ଟିମ ପାଇଁ ବେଶ ସହାୟକ ହେବ । ପୂର୍ବରୁ କେବଳ ଦୁଇ ପାର୍ଶ୍ୱରେ ଦର୍ଶକ ଥିବା ବେଳେ ଏବେ ଚାରି ପାଖରେ ଦର୍ଶକ ରହିବେ । ସେହିପରି ବିଶ୍ୱକପ୍‌ ପୂର୍ବରୁ ଏକମାସର ପ୍ରଶିକ୍ଷଣ ଶିବିର ଦଳ ପାଇଁ ବେଶ ସହାୟକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.