ଉତ୍କଳ ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁଦିବସ ପାଳିତ

ଭୁବନେଶ୍ୱର (କେନ୍ୟୁଜ): ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିତା। କେବେ କଠୋର ଅନୁଶାସନ ତ କେବେ ଉତ୍ସାହପ୍ରଦ ପ୍ରେରଣା ମାଧ୍ୟମରେ ଏମାନେ ଦେଶ, ସମାଜ ଓ ମଣିଷ ଗଠନରେ ଉତ୍ତର ଦାୟିତ୍ୱ ନେଇଥାନ୍ତି । ପ୍ରତି କ୍ଷେତ୍ରରେ ଗୁରୁଙ୍କ ମାର୍ଗଦର୍ଶନ ଯୁବ ସମାଜକୁ ବାଟ କଢାଇଥାଏ। ସେହି ମହାନ୍‌ ଜନନାୟକଙ୍କ ଉଦ୍ଦେଶ୍ୟରେ ଗତକାଲି ସମଗ୍ର ଦେଶ ପାଳନ କରିଛି ଗୁରୁଦିବସ ।

tearchers day

 

କେବଳ ସେତିକି ନୁହେଁ ଏହି ଅବସରରେ ଗତକାଲି ଉତ୍କଳ ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ତରଫରୁ ଗୁରୁ ଦିବସ ପାଳନ କରାଯାଇଥିଲା। କୋଭିଡି କଟକଣାକୁ ମାନି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ଯାପିକା ମାନଙ୍କ ନିକଟକୁ ଯାଇ ଚରଣସ୍ପର୍ଷ କରି ଗୁରୁଙ୍କୁ ପୂଜା କରିବା ସହିତ ଆଶୀର୍ବାଦ ନେଇଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ଗୁରୁ ହିଁ ସଦା ସର୍ବଦା ସମାଜର ତ‌ଥା ଶିଷ୍ୟମାନଙ୍କର ମଙ୍ଗଳ କାମନା କରିଥାନ୍ତି । ତେବେ ଏହାକୁ ଲକ୍ଷ ରଖି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଛି ଯେ ଗୁରୁ ଦେଇଥିବା ଶିକ୍ଷାକୁ ସେମାନେ ଭଲ କାର୍ଯ୍ୟରେ ଲଗାଇବା ସହିତ ସମାଜର ମଙ୍ଗଳ ପାଇଁ ପ୍ରୟୋଗ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.