Below header

ରାସ୍ତା ମାପଚୁପ କରିବାକୁ ଯାଇ ହଟହଟା, ତହସିଲଦାର ଓ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକେ

ରାସ୍ତା ମାପଚୁପ ପରେ ଜବରଦଖଲ ନହଟିବାରୁ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖିଥିଲେ ଗାଁ ଲୋକେ । ରାସ୍ତା ମାପଚୁପ ପରେ ଜବରଦଖଲ ନହଟିବାରୁ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖିଥିଲେ ଗାଁ ଲୋକେ।

ମାର୍ଶାଘାଇ (କେନ୍ୟୁଜ): ଗାଁ ରାସ୍ତା ଡିମାର୍କେସନ କରି ମାପଚୁପ ପାଇଁ ଯାଇ ତହସିଲଦାର ହଟହଟା। ରାସ୍ତା ମାପଚୁପ ପରେ ଜବରଦଖଲ ନହଟିବାରୁ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖିଥିଲେ ଗାଁ ଲୋକେ। କେନ୍ଦ୍ରାପଡାର ମାର୍ଶାଘାଇ ବ୍ଲକ ଜମପଡ଼ା ପଞ୍ଚାୟତ ରାଇବୋଲ ଗାଁର ମୁଖ୍ୟ ରାସ୍ତାରେ ଦୀର୍ଘବର୍ଷ ହେଲା ଜବରଦଖଲ କରି ଘର କରିଥିଲେ କିଛି ଲୋକ ।

ଏନେଇ ଗାଁଲୋକ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ । ମାର୍ଶାଘାଇ ତହସିଲଦାର ସରକାରୀ ଅମିନ, ସୁପରଭାଇଜର ଓ ଆରଆଇଙ୍କୁ ନେଇ ରାସ୍ତା ମାପ କରିଥିଲେ । ହେଲେ ଜବରଦଖଲକାରୀମାନେ ଜାଗା ଛାଡିବା ପାଇଁ ଅରାଜି ହେବାରୁ ଗାଁ ଲୋକେ ତହସିଲଦାରଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଅଟକ ରଖିଥିଲେ । ସାତଦିନ ଭିତରେ ପୋଲିସ ସହାୟତାରେ ଜବରଦଖଲ ଉଛେଦ ପାଇଁ ପ୍ରତିଶ୍ରୁତି ପରେ ଗାଁ ଲୋକେ ସେମାନଙ୍କୁ ଛାଡ଼ି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.