ମହାରାଣୀଙ୍କ ଭଳି ପରିଣୀତିଙ୍କୁ ସ୍ୱାଗତ କଲେ ଶ୍ୱଶୁର ଘର, ଖୁସିରେ ନାଚି ଉଠିଲେ ରାଘବଙ୍କ ସ୍ତ୍ରୀ

ବିବାହ ପରେ ଶ୍ୱଶୁର ଘରେ ପରିଣୀତିଙ୍କର ଗ୍ରାଣ୍ଡ ୱେଲକମ୍‌ କରାଯାଇଛି । ପରିଣୀତଙ୍କ ସ୍ୱାଗତ ପାଇଁ ଶ୍ୱଶୁର ଘରକୁ ଫୁଲରେ ସଜା ଯାଇଥିଲା । ଠିକ୍‌ ମହାରାଣୀଙ୍କ ଭଳି ପରିଣୀତିଙ୍କୁ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି ।

ପରିଣୀତି ଓ ରାଘବଙ୍କ ବିବାହକୁ ନେଇ ବଲିଉଡରେ ଚର୍ଚ୍ଚା ଲାଗି ରହିଛି । ଏହି ଯୋଡ଼ିଙ୍କ ବିବାହ ପୋଷାକ ଠାରୁ ଆରମ୍ଭ କରି ବିବାହ ସ୍ଥାନ ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାରେ ଏବେ ବି ରହିଛି । ପରିଣୀତି ଚୋପ୍ରା ଏବଂ ରାଘବ ଚଢା ସେପ୍ଟେମ୍ବର ୨୪ରେ ଉଦୟପୁରର ଲୀଲା ପ୍ୟାଲେସରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ । ବଲିଓଡରୁ ରାଜନୀତି ପର୍ଯ୍ୟନ୍ତ ବହୁ ହାଇ ପ୍ରୋଫାଇଲ ବ୍ୟକ୍ତିତ୍ୱ ଏହି ବିବାହ ସମାରୋହରେ ସାମିଲ ହୋଇଥିଲେ । ତେବେ ବିବାହ ପରେ ଶ୍ୱଶୁର ଘରେ ପରିଣୀତିଙ୍କର ଗ୍ରାଣ୍ଡ ୱେଲକମ୍‌ କରାଯାଇଛି । ପରିଣୀତଙ୍କ ସ୍ୱାଗତ ପାଇଁ ଶ୍ୱଶୁର ଘରକୁ ଫୁଲରେ ସଜା ଯାଇଥିଲା । ଠିକ୍‌ ମହାରାଣୀଙ୍କ ଭଳି ପରିଣୀତିଙ୍କୁ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି । ତେବେ ପରିଣୀତିଙ୍କ ଗ୍ରାଣ୍ଡ ୱେଲକମର ଭିଡିଓ  ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ନବ ବିବାହିତ ଦମ୍ପତ୍ତି ବିବାହ ପରର ସମସ୍ତ ରୀତିନୀତିକୁ ମଜାଦାର ଢଙ୍ଗରେ ସେଲିବ୍ରେଟ କରିଛନ୍ତି । ଯାହା ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।

ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କୁ ଢୋଲ ଓ ଡ୍ରମ ବଜାଇ ସ୍ୱାଗତ କରାଯାଇଥିଲା । ପରିଣୀତିଙ୍କ ସ୍ୱାଗତ ପାଇଁ ଶାଶୁ-ଶ୍ୱଶୁର ଏବଂ ଅନ୍ୟ ଅତିଥିମାନେ ସାମିଲ ହୋଇଥିଲେ । ଧଳା ଫୁଳରେ ଘରକୁ ସଜା ଯାଇଥିଲା ଯାହା ଖୁବ ସୁନ୍ଦର ଦେଖାଯାଉଥିଲା । ପରିଣୀତିଙ୍କ ଗୃହ ପ୍ରବେଶ କରିବା ସହ ଘରର କାନ୍ଥରେ ହାତ ମାରିବା ପର୍ଯ୍ୟନ୍ତ ସମସ୍ତ ରୀତିନୀତି ଅତି ଉତ୍ସାହର ସହ କରାଯାଇଥିଲା । ମୁଦି ଖୋଜିବା ଭଳି ସ୍ପେସାଲ ଖେଳ ଏହି ରୀତିନୀତିରେ ସାମିଲ ଥିଲା । ପରିଣୀତି ଓ ରାଘବଙ୍କ ରେମାଣ୍ଟିକ ଯୋଡ଼ିକୁ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିଛନ୍ତି ।

ପରିଣୀତିଙ୍କୁ ସ୍ୱାଗତ କରିବା ପାଇଁ ଘରେ ଅନେକ ‘କପଲ୍‌ ଗେମ୍‌’ ମଧ୍ୟ ଖେଳା ଯାଇଥିଲା । ପରିଣୀତି ଏବଂ ରାଘବ ଫୁଲ ଧରି ପରସ୍ପରକୁ ଖେଳୁଥିବା ମଧ୍ୟ ନଜର ଆସିଛି । ମଜାଦାର ଢଙ୍ଗରେ ଫୁଲ ମାଧ୍ୟମରେ ଅତିଥିଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଏହି ଯୋଡ଼ି । ପରିଣୀତି ଏବଂ ତାଙ୍କ ଶାଶୁଙ୍କ ମଧ୍ୟରେ ଥିବା ସୁନ୍ଦର ସମ୍ପର୍କକୁ ମଧ୍ୟ ଦେଖାଯାଇଛି । ପରିଣୀତି ରାଘବଙ୍କୁ ଆଲିଙ୍ଗନ କରି ପରିବାରକୁ ବେଷ୍ଟ କହିଛନ୍ତି କାରଣ ପରିବାରର ସମସ୍ତ ସଦସ୍ୟ ତାଙ୍କୁ ମହାରାଣୀଙ୍କ ଭଳି ବ୍ୟବହାର କରିଛନ୍ତି ।

ରାଘବ ଓ ପରିଣୀତିଙ୍କ ବିବାହକୁ ‘ପଞ୍ଜାବୀ ୱେଡିଙ୍ଗ ଅଫ ଦ ଇୟର’ କୁହାଯାଉଛି । ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ବେଜ୍‌ ରଙ୍ଗର ଲେହେଙ୍ଗାକୁ ପରିଣୀତି ବିବାହରେ ପିନ୍ଧିଥିଲେ ଏହା ସହିତ ନିଜ ଆଉଟଫିଟ ସହ ମ୍ୟାଚ କରୁଥିବା ଗହଣା ପିନ୍ଧିଥିଲେ । ରାଘବ ଚଢା ନିଜ ମା’ ଓ ଫ୍ୟାସନ ଡିଜାଇନର ପବନ ସଚଦେବଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଆଇଭରି ରଙ୍ଗର ଶାଲଓ୍ଵାର ସୁଟରେ ନଜର ଆସିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.