ମଦ ରେଡ୍‌ ବେଳେ ତହସିଲଦାରଙ୍କ ସହ ଅବକାରୀ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ୫ ଆହତ

ଗଞ୍ଜାମ (କେନ୍ୟୁଜ୍): ମଦ ରେଡ୍‌ ବେଳେ ତହସିଲଦାରଙ୍କୁ ଆକ୍ରମଣ। ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲ ମନ୍ଦରଡ଼ା ନିକଟସ୍ଥ ବୁଢୀଘାଟ ଜଙ୍ଗଲରେ ମଦ ରେଡ୍‌ ବେଳେ ସଂଘବଦ୍ଧ ଆକ୍ରମଣ । ପାତ୍ରପୁର ତହସିଲଦାର ଅମିତ ନାୟକଙ୍କ ସମେତ ପାଞ୍ଚ ଜଣ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିଲା।

ସୂଚନା ଅନୁଯାୟୀ, ଚୋରା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା। ଏହି ସମୟରେ ହତାଠ୍‌ କିଛି ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ। କୌଶଳ କ୍ରମେ ଖସି ଆସିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ସୁରଙ୍ଗୀ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

You might also like