ରାଜ୍ୟରେ ବଢୁଛି ତାତି, ତିନି ସହରରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍‌ ଉପରେ

ଭୁବନେଶ୍ୱର(କେ ନ୍ୟୁଜ): ଡେଉଁଛି ପାରଦ । ବଢୁଛି ତାତି । ମାର୍ଚ୍ଚରୁ କଲବଲ କଲାଣି ଖରା । ଗତକାଲି ୧୨ ଜିଲ୍ଲାରେ ୩୭ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା ପାରଦ । ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବଲାଙ୍ଗିର । ଦିନର ତାପମାତ୍ରା ୩୮.୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିଲା । ଝାରସୁଗୁଡ଼ାରେ ୩୮.୨, ଅନୁଗୋଳରେ ୩୮.୧, ଟିଟିଲାଗଡ଼ରେ ୩୮ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଥିଲା । ଆଗକୁ ଆହୁରି ବଢ଼ିବ ତାପମାତ୍ରା । ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ଆସନ୍ତାକାଲିଠାରୁ ୩ରୁ ୪ ଡିଗ୍ରୀ ଯାଏଁ ବଢିବ ଦିନ ତାପମାତ୍ରା। ୧୬ ଏବଂ ୧୭ରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.