ଆଜିଠୁ ଆହୁରି ବଢ଼ିବ ତାତି, ଆସନ୍ତା ୨୧ ଯାଏ ନିସ୍ତାର ନାହିଁ
ତତଲା ତାୱାରେ ସାରା ଓଡ଼ିଶା। ସକାଳ ୯ଟା ବେଳକୁ ଆକାଶରୁ ହେଉଛି ଅଗ୍ନିବର୍ଷା। ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆଜିଠୁ ଆହୁରି ବଢ଼ିବ ତାତି। କିଛି ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଛୁଇଁପାରେ ।

ଭୁବନେଶ୍ୱର : ତତଲା ତାୱାରେ ସାରା ଓଡ଼ିଶା। ସକାଳ ୯ଟା ବେଳକୁ ଆକାଶରୁ ହେଉଛି ଅଗ୍ନିବର୍ଷା। ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆଜିଠୁ ଆହୁରି ବଢ଼ିବ ତାତି। କିଛି ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଛୁଇଁପାରେ । ଦୁଇ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବ।
ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ କିମ୍ବା ତାଠାରୁ ଅଧିକ ରହିବ । ଆଜି ହିଟ ୱେଭରୁ ସିଭିୟର ହିଟୱେଭ ପାଇଁ ୪ଟି ଜିଲ୍ଲା ମୟୂରଭଞ୍ଜ, ନୂଆପଡ଼ା, ଗଜପତି, ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ସେହିପରି ହିଟୱେଭ ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଆସନ୍ତା ୨୧ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଆଜିଠୁ ୨୦ ତାରିଖ ଯାଏ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ। ରାଜ୍ୟରେ ଗ୍ରୀଷ୍ମପ୍ରବାହ, ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।