ବାଂଶପାଳ : ମନ୍ଦିରରେ ତାଲା ପକାଇ ପୂଜକଙ୍କୁ ତଡ଼ି ଦେଲେ, ଅପୂଜା ରହୁଛନ୍ତି ନୀଳକଣ୍ଠେଶ୍ୱର

ବାଂଶପାଳ (କେ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରରେ ତାଲା । ପୂଜା ପାଇ ପାରୁନାହାନ୍ତି ଠାକୁର । ବିବାଦୀୟ ସ୍ଥିତିରେ ଗତ ପ୍ରାୟ ୫ ଦିନ ହେବ ମନ୍ଦିରରେ ତାଲା ପଡ଼ି ରହିଛି । ଏ ନେଇ ଆମେ ଯୋଗାଯୋଗ କରିବାରୁ ଜଣାପଡ଼ିଛି ଯେ ନିକଟସ୍ଥ ଖଣ୍ଡାଧାର ଜଳ ପ୍ରପାତ ଅଞ୍ଚଳରେ କାଦକଳାର କିଛି ଯୁବକ ବେଆଇନ୍‌ ଭାବେ ପାର୍କିଂ ଫି ଆଦାୟ କରୁଛନ୍ତି ।

KHANDADHARA-3

ସେହିମାନେ ମନ୍ଦିର ପୂଜକଙ୍କୁ ବିରୋଧ କରି ତାଙ୍କୁ ମନ୍ଦିରରୁ ବାହାର କରି ଦେଇଛନ୍ତି । ଏହାପରେ ମନ୍ଦିରରେ ତାଲା ପକାଇ ଦେଇଥିବାରୁ ଭକ୍ତମାନେ ନୀଳକଣ୍ଠେଶ୍ୱରଙ୍କ ଦର୍ଶନ ନପାଇ ଫେରିବାକୁ ବାଧ୍ୟ ହେଉଛନ୍ତି । ଯାହା ସେମାନଙ୍କ ମନରେ ଗଭୀର ଆଘାତ ଦେଉଛି । ସେପଟେ ପୂଜକଙ୍କ ପକ୍ଷରୁ ଏ ନେଇ ନୟାକୋଟ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଶୀଘ୍ର ଘଟଣାର ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.