ଦ୍ୱିତୀୟ ଥର ମା’ ହେଲେ ଲିସା ହେଡେନ୍, ଦୁଇ ପୁଅଙ୍କ ଫଟୋ ଏକାସାଥୀରେ ଶେୟାର କରି ପ୍ରଶଂସା ସାଉଁଟିଲେ ଏହି ଅଭିନେତ୍ରୀ
କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ୍ ହେ ମୁସ୍କିଲ’ରେ ନଜର ଆସିଥିବା ଅଭିନେତ୍ରୀ ଲିସା ହେଡେନ୍ ଦ୍ୱିତୀୟ ଥର ମା’ ହୋଇଛନ୍ତି। ସେ ପୁଣିଥରେ ଏକ ପୁତ୍ରସନ୍ତାନକୁ ଜନ୍ମ ଦେଇଛନ୍ତି। ଲିସା ଓ ତାଙ୍କ ସ୍ୱାମୀ ଡିନୋ ଲାଲବାନୀ ନିଜ ନବଜାତକର ନାଁ ‘ଲିୟୋ’ ରଖିଛନ୍ତି। ଏ ନେଇ ସେମାନେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ମାନଙ୍କୁ ସୂଚନା ଦେଇଛନ୍ତି। ଲିସା ନିଜ ଦୁଇ ପୁତ୍ରଙ୍କ ଫଟୋ ଏକାସାଥୀରେ ଶେୟାର କରିଥିଲେ, ଯାହାକୁ ଫ୍ୟାନ୍ମାନେ ଖୁବ୍ ପସନ୍ଦ କରିଛନ୍ତି।
ଲିସା ଫଟୋ ଶେୟାର କରି କ୍ୟାପସନ ଲେଖିଛନ୍ତି ଯେ ‘ ଏହି ଛୋଟେର ଆଶୀର୍ବାଦ ମୋ ହୃଦୟକୁ ଛୁଇଁଛି। ମୁଁ ନିଶବ୍ଦ ଏବଂ ତୁମ ଦୁଇଜଣଙ୍କୁ ଦେଖି ବିଶ୍ୱାସ କରିପାରୁନି ଯ ମୁଁ ତୁମ ଦୁଇଜଣଙ୍କ ମା’। ଲିୟୋ ଓ ଜ୍ୟାକ୍, ତୁମେ ଦୁଇଜଣ ସବୁବେଳେ ମୋର ଭାଲେଣ୍ଟାଇନ୍ ରହିବ। ଧନ୍ୟବାଦ, ପତିଦେବ୍, ମୋ ସହିତ ମୋ ପରିବାର ଗଢ଼ିବା ପାଇଁ’।
କିଛି ମାସ ପୂର୍ବରୁ ଲିସା ସୋସିଆଲ ମିଡିଆରେ ନିଜ ପ୍ରେଗ୍ନାନ୍ସି ବିଷୟରେ ସୂଚନା ଦେଇଥିଲେ। ଏହାପରଠୁ ସେ ନିଜ ବେବି ବମ୍ପ୍ ସହିତ ଲଗାତାର ଫଟୋ ପୋଷ୍ଟ କରିଆସୁଥିଲେ। ଲିସା ବିଜିନେସ୍ ମ୍ୟାନ୍ ଡିନୋ ଲାଲ୍ବାନୀଙ୍କୁ ୨୦୧୬ରେ ବିବାହ କରିଥିଲେ।