Below header

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସହିଦ ଜୱାନ ଅଭିରାମ ରାମଙ୍କର ଶେଷକୃତ୍ୟ ହେଲା ସମ୍ପନ୍ନ

ଜଳେଶ୍ବର (କେନ୍ୟୁଜ୍) : ଅରୁଣାଚଳ ପ୍ରଦେଶର ଲାୟକ ଚଲା ଠାରେ ଆର୍ମି କେମ୍ପକୁ 13 ତାରିଖ ଦିନ ଆର୍ମି ଗାଡିରେ ଅନ୍ୟ ସହଯୋଗି ମାନଙ୍କ ସହିତ  ଯାଉଥିବା ବେଳେ ବରଫ ଅତଡା ଖସିବାରୁ ବରଫ ତଳେ ଚାପି ହୋଇ ଜଣେ ଜୱାନ ସହିଦ ହୋଇ ଯାଇଛନ୍ତି। ସହିଦ ଜୱାନ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ ଅନ୍ତର୍ଗତ ରଣାମୁଣ୍ଡୁଳି ଗ୍ରାମର ଅଭିରାମ ରାମ, ଆଜି ତାଙ୍କ ମର ଶରୀର ତାଙ୍କ ପୈତୃକ ବାସଭବନ ରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

women ସହିଦଙ୍କ ପରିବାର ଏହି ଖବର ଶୁଣିଲା ପରେ କାନ୍ଦବୋବାଳିରେ ସମ୍ପୂର୍ଣ୍ଣ ଅଞ୍ଚଳ ଫାଟି ପଡିଥିଲା, ଶହୀଦଙ୍କ ମର ଶରୀର ବସ୍ତାରେ ପହଞ୍ଚିବା ପରେ  ଗାନ୍ଧୀ ଛକ ଠାରୁ  ହାଜର ହଜାର  ଲୋକ ଅଶୃଳ ଶୋଭାଯାତ୍ରାରେ ବାସଭବନରେ ପହଞ୍ଚିଥିଲେ, ନିଜ ଗାଁ  ଶ୍ମଶାନ ରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ଏବଂ ହିନ୍ଦୁ ରୀତିନୀତିରେ ତାଙ୍କ ମର ଶରୀରକୁ ସଂସ୍କାର କରାଯାଇଥିଲା।

jawanଅରୁଣାଚଳରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇ ସେଠାରୁ ତାଙ୍କ ବାସଭବନକୁ ଅଣାଯାଇଥିଲା, ବହୁ ଗନ୍ୟମାନ୍ୟ ବ୍ୟକ୍ତି ମରଶରିର ଶେଷ ଦର୍ଶନ କରିଥିଲେ, ଅଭିରାମ ବିହାରି ହେଡ୍ ୟୁନିଟ୍ -15ରେ ନାୟକ ରେଙ୍କରେ କାର୍ଯ୍ୟ କରୁଥିଲେ, ଅଭିରାମ ଶେଷ ଥର ପାଇଁ ତାଙ୍କ ସ୍ତ୍ରୀ ସହିତ କଥାବାର୍ତ୍ତା ହୋଇଥିଲେ,ତେବେ ସେ ଘରର ଏକମାତ୍ର ରୋଜଗାର କ୍ଷମ ପିଲା ଥିବାରୁ ତାଙ୍କର ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ କୁ ସରକାରୀ ଚାକିରି ଏବଂ ସହାୟତା ରାଶି ଯୋଗାଇଦେବା ପାଇଁ ଦାବି କରିଛନ୍ତି ପରିବାର ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.