ନିଜ Fortuner ଗାଡି ଚୋରିକୁ ନେଇ ଏମିତି ପ୍ରତିକ୍ରିୟା ରଖିଲେ ପୂର୍ବତନ ଆପ ନେତା କୁମାର ବିଶ୍ୱାସ

‘ଆମ ଆଦମୀ’ ପାର୍ଟିର ପୂର୍ବ ନେତା ତଥା ଜଣାଶୁଣା କବି ଡ଼. କୁମାର ବିଶ୍ୱାସ ନିଜ ଏସ୍ୟୁବି ଟୋୟୋଟା ଫରଚ୍ୟୁନର ଗାଡିଟି ଗତ କାଲି ରାତିରେ ଚୋରି ହୋଇଯାଇଛି । ଗତ ୧୫ ତାରିଖ ରାତିରେ ବାସଭବନ ପରିସରରେ ଛିଡା ହୋଇଥିବା ଏସ୍ୟୁଭି ଗାଡି ଟିକୁ କିଛି ଦୁର୍ବୁତ୍ତ ଉଠେଇ ନେଇଛନ୍ତି । କାର ଚୋରିର ପୂରା ଘଟଣା ନିକଟସ୍ଥ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଛି । ଏନେଇ ପୋଲିସ ଏକ ମାମଲା ଦାୟର କରାଯାଇଥିବା ବେଳେ ଯାଞ୍ଚ ପାଇଁ କେତେକ ସ୍ୱତନ୍ତ୍ର ଟିମ ଗଠନ କରିଛି । ସିସିଟିଭି ଫ୍ରୁଟେଜ ଜରିଆରେ ତଦନ୍ତ ଆରମ୍ଭ କରିଦେଇଛି । ଶନିବାର ବିଭିନ୍ନ ମିଡ଼ିଆରେ ଏବାବଦରେ ଖବର ପ୍ରକାଶ ପାଇବା ପରେ କୁମାର ବିଶ୍ୱାସ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତିକି, ‘ଫରଚ୍ୟୁନର ଚୋରି ହୋଇଛି କିନ୍ତୁ ଫରଚ୍ୟୁନ ନୁହେଁ’ ।

APP LEADER

ସେ ଆହୁରି ମଧ୍ୟ ଲେଖିଛନ୍ତିକି ନିଜ ସଂସ୍କାର ସବୁବେଳେ ସଲାମତ ରହିବା ଦରକାର । ନିଜର ଏହି ମେସେଜରେ ବିଶ୍ୱାସ ପ୍ରେମ ଓ ସଂସ୍କାରର ପ୍ରତୀକ ବି ଦେଇଛନ୍ତି । ଶୁଣାଯାଉଛିକି କି ଶନିବାର ରାତିରେ ଏକ କଳା ରଙ୍ଗର କାର ଯୋଗେ କିଛି ଦୁର୍ବୁତ୍ତ ବିଶ୍ୱାସଙ୍କ ଘରେ ପହଂଚିଥିଲେ । ଆଉ ସେଠାରେ ଛିଡା ହୋଇଥିବା ଫର୍ଚ୍ଚୟୁନର ଗାଡିକୁ ଆଖି ପିଛୁଳାକେ ଉଠାଇ ନେଇଥିଲେ । ସମ୍ଭାବିତ ସ୍ଥାନ ଗୁଡିକରେ ପୋଲିସ ନିଜ ତନାଘନା ଆରମ୍ଭ କରି ଥିବାବେଳେ ସିସିଟିଭି ଆଧାରରେ ଚୋରମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରଖିଛି ।

ପୋଲିସ ତରଫରୁ ଆହୁରି ମଧ୍ୟ କୁହାଯାଇଛି କି ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରାଯାଇ ଉଚିତ ଦଣ୍ଡ ଦିଆଯିବ । ଏଠାରେ କହି ରଖିବା ଉଚିତ ହେବକି କୁମାର ବିଶ୍ୱାସ ଜଣେ ପ୍ରସିଦ୍ଧ କବି । ନିଜ ଏହି ବିଶେଷ ଗୁଣ କାରଣରୁ ଦେଶ ବିଦେଶରେ ବି ସେ ଖୁବ ନାଁ କରିସାରିଛନ୍ତି । ସେ ପୂର୍ବରୁ ‘ଆମଆଦମୀ ପାର୍ଟି’ ସହ ଜଡିତ ଥିବା ବେଳେ ୨୦୧୪ ମସିହାରେ ଅମେଥି ଆସନରୁ ନିର୍ବାଚନ ଲଢ଼ିଥିଲେ ।