ସାମ୍ନାକୁ ଆସିଲା ଜାମିଆ ହିଂସା ବେଳେ ପୋଲିସର ବର୍ବରତାର ଭିଡିଓ, ଦେଖନ୍ତୁ କେମିତି ଛାତ୍ରଙ୍କୁ ଗୋରୁଗାଈ ଭଳି ପିଟୁଛି ପୋଲିସ

ଦିଲ୍ଲୀସ୍ଥିତ ଜାମିଆ ମିଲ୍ଲିୟା ଇସ୍‌ଲାମିଆରେ ଗତ ବର୍ଷ ଡିସେମ୍ବର ୧୫ ତାରିଖରେ ଦିଲ୍ଲୀ ପୋଲିସ ଲାଇବ୍ରେରୀରେ ପଶି ଛାତ୍ରଙ୍କୁ ଅତି ଅମାନୁଷିକ ଭାବେ ପିଟିଥିବା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଘଟଣାର ଦୁଇ ମାସ ପରେ ସିସିଟିଭି ଫୁଟେଜ୍‌ ଭାଇରାଲ ହୋଇଛି। ଏହି ସିସି ଟିଭି ଫୁଟେଜ୍‌ ଜାମିଆ ପୁରୁଣା ଲାଇବ୍ରେରୀର ବୋଲି ଜଣାପଡ଼ିଛି।

Image result for jcc-release-video-of-police-attacking-jamia-students-in-library

ଫୁଟେଜ୍‌ରେ ସ୍ପଷ୍ଟଭାବେ ଦେଖାଯାଇଛି ଯେ ଛାତ୍ରମାନେ ଲାଇବ୍ରେରୀରେ ବସି ଚୁପ୍‌ଚାପ୍‌ ପଢ଼ୁଛନ୍ତି। ଏହି ସମୟରେ ହଠାତ୍‌ ପୋଲିସ ବାହିନୀ ସଦଳବଳେ ଲାଇବ୍ରେରୀରେ ପଶୁଛନ୍ତି ଓ ଛାତ୍ରମାନଙ୍କୁ ଲାଠିରେ ଆଖିବୁଜା ପିଟୁଛନ୍ତି। ଏହି ଘଟଣାରେ ବହୁ ଛାତ୍ର ଗୁରୁତର ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲାଇବ୍ରେରୀ ଖୋଲାଯାଇନଥିବା ଜଣାଯାଇଛି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ଜାମିଆ କୋ-ଅଡିନେସନ୍‌ କମିଟି ତରଫରୁ ସେୟାର କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ବର୍ଷ ଡିସେମ୍ବରରେ ନାଗରିକତା ସଂଶୋଧକ ଆଇନ୍‌କୁ ବିରୋଧ କରି ଜାମିଆ ମିଲ୍ଲିୟା ଇସ୍‌ଲାମିକ୍‌ ଛାତ୍ରମାନେ ଶାନ୍ତି ପୂର୍ଣ୍ଣ ଉପାୟରେ ବିରୋଧ ପ୍ରଦର୍ଶନ କରିଥିଲେ। ସେପ୍ଟେମ୍ବର ୧୫ ତାରିଖ ରାତିରେ ଦିଲ୍ଲୀ ପୋଲିସ ଜବରଦସ୍ତି ବିଶ୍ୱବିଦ୍ୟାଳୟ ଭିତରେ ପଶି ଛାତ୍ରଙ୍କୁ ପ୍ରବଳ ପିଟିଥିଲା। ଏହି ଘଟଣାରେ ସେତେବେଳେ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ପୋଲିସ ବିରୋଧରେ ଅଭିଯୋଗ କରାଯାଇଥିଲା।