‘ମହାକାଶ’ରୁ ମୁଦି ପଠାଇ ପ୍ରେମିକାଙ୍କୁ ପ୍ରେମ ନିବେଦନ କଲେ ପାଇଲଟ, କରିଥିଲେ ଏଭଳି ନିଆରା ବ୍ୟବସ୍ଥା
![r77](https://knewsodisha.com/wp-content/uploads/2020/02/r77.jpg)
ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ କିଛି ପ୍ରେମିକ, ପ୍ରେମିକା କୌଣସି ବି ରିସ୍କ ନେବାକୁ ପ୍ରସ୍ତୁତ ଥାଆନ୍ତି। ଏବେ ଆମେରିକୀୟ ଏୟାରଫୋର୍ସର ଜଣେ ପାଇଲଟ ଠିକ୍ ଏମିତି କାମ କରି ଦେଖାଇଛନ୍ତି। ସେ ମହାକାଶ ଉଚ୍ଚରୁ ମୁଦି ପଠାଇ ପ୍ରେମିକାଙ୍କୁ ପ୍ରେମ ନିବେଦନ କରିଛନ୍ତି। ଏଥିପାଇଁ ପାଇଲଟ ଜଣକ ହଟ୍ ଏୟାର ବେଲୁନର ବ୍ୟବସ୍ଥା କରିଥିଲେ ଏବଂ ସେଥିରେ ଏକ ମୁଦି ବାନ୍ଧି ଦେଇଥିଲେ। ବେଲୁନରେ ଲାଗିଥିବା ଏକ କ୍ୟାମେରା ପୂରା ଯାତ୍ରାକୁ କଭର କରିଥିଲା।
ପାଇଲଟ ଜଣକ ମୁଦିରେ ଏକ କ୍ୟାମେରା ଲଗାଇଥିଲେ। ଏହି ସମୟରେ ଯେଉଁ ଭିଡିଓ ରେକର୍ଡ ହୋଇ ସାମ୍ନାକୁ ଆସିଥିଲା, ତାହା ଅଦ୍ଭୁତ ଥିଲା। ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ପାଇଲଟଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କର କେତେଜଣ ସାଙ୍ଗ ପୂରା ଉତ୍ସାହର ସହ କାମରେ ଲାଗିଯାଇଥିଲେ। ବେଲୁନ ଫୁଲାଇବାଠାରୁ ଆରମ୍ଭ କରି ସେଥିରେ ମୁଦି ଏବଂ କ୍ୟାମେରା ଲଗାଇବା ଯାଏ, ସବୁକିଛି କାମ ମିଳିମିଶି କରିଥିଲେ। ପାଇଲଟଙ୍କ ସାଙ୍ଗମାନେ ମଧ୍ୟ ଏହି ନିଆରା ପ୍ରେମ ନିବେଦନର ସାକ୍ଷୀ ହେବାକୁ ଚାହିଁଥିଲେ।
ପାଇଲଟ ଚାହୁଁଥିଲେ ଯେ ବେଲୁନକୁ ଯେପରି ଅଧିକରୁ ଅଧିକ ଉଚ୍ଚ ଯାଏ ପଠାଯାଇପାରିବ। କିନ୍ତୁ ବେଲୁନଟି ୯୦ ହଜାର ଫୁଟ ଉପରେ ହିଁ ଫାଟିଯାଇଗଲା ଏବଂ ମୁଦି ତଳେ ପଡ଼ିଯାଇଥିଲା। ତେବେ ପାଇଲଟ ଚତୁରତାର ସହ ସେଥିରେ ସେନ୍ସର ଲଗାଇଥିଲେ, ଯଦ୍ଦ୍ଵାରା ମୁଦିକୁ ଖୋଜି ପାଇବାରେ ଜଣେ ସଫଳ ହୋଇପାରିବ।
ଆମେରିକାର ମିସୁରୀ ରାଜ୍ୟରେ ରହୁଥିବା ଷ୍ଟୁଅର୍ଟ ବାସ୍ତବରେ ଏକ ମଡେଲ ମୁଦି ପଠାଇଥିଲେ। ଅସଲି ମୁଦି ତାଙ୍କ ପାଖରେ ଥିଲା। ଯେତେବେଳେ ମଡେଲ ରିଙ୍ଗ୍ ଭୂମିରେ ପଡ଼ିଥିଲା, ସେ ଅସଲି ରିଙ୍ଗ୍ ପ୍ରେମିକା ମେରୀଙ୍କ ସାମ୍ନାରେ ରଖିଦେଇଥିଲେ। ଏହାଦେଖି ମେରୀଙ୍କ ଖୁସି ଦୁଇଗୁଣ ହୋଇଯାଇଥିଲା।