ପାରାଦୀପ(କେନ୍ୟୁଜ୍) : ସୀମା ନିର୍ଦ୍ଧାରଣରେ ଗାଁକୁ ପଞ୍ଚାୟତରୁ ହଟାଇବା ଅଭିଯୋଗରେ ପୋଲିସ ଗ୍ରାମବାସୀ ହୋଇଛନ୍ତି ମୁହାଁମୁହିଁ। ରଣକ୍ଷେତ୍ର ପାଲଟିଛି ପାରାଦ୍ୱୀପ ପାଟଣା ହାଟ। ପାଟଣା ହାଟରେ ଥିବା ପୋଲିସ କ୍ୟାମ୍ପରେ ଧସେଇ ପଶିଲେ ଢିଙ୍କିଆ ଗ୍ରାମବାସୀ। ପୂର୍ବରୁ ସୀମାନିର୍ଦ୍ଧାରଣ ବେଳେ ଢିଙ୍କିଆ ଗାଁରେ ପୋଲିସ ପଶି ଗ୍ରାମବାସୀଙ୍କୁ ମାଡପିଟ କରିଥିବା ଅଭିଯୋଗ ହୋଇଥିଲା।
୨ଜଣ ଢିଙ୍କିଆ ଗ୍ରାମବାସୀଙ୍କୁ ଉଠାଇ ନେବାରୁ ଗାଁରେ ଉତ୍ତେଜନା ଲାଗି ରହିଥିଲା। ଆଜି ଏହା ଉଗ୍ର ରୂପ ଧାରଣ କରିଥିଲା। ଢିଙ୍କିଆ ଓ ପାଟଣ ହାଟ ମଧ୍ୟରେ ଉଭୟ ଗ୍ରାମବାସୀ ଓ ପୋଲିସ ପକ୍ଷରୁ ଟେକାପଥର ମାଡ଼ ହୋଇଛି। ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଛକାପଞ୍ଝାରେ ଢିଙ୍କିଆ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି।