ଆଗାମୀ ୨ଦିନ କମ୍‌ ରହିବ ବର୍ଷାର ପରିମାଣ, ୩ ଦିନ ପରେ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା

ପ୍ରବଳ ବର୍ଷା ନେଇ ଆଗାମୀ ୨୪ ଘଣ୍ଟାରେ ସୁନ୍ଦରଗଡ, ଝାରସୁଗୁଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ଅଞ୍ଚଳରେ ଆକାଶ ମେଘାଚ୍ଛନ ରହିବ। କିନ୍ତୁ ବର୍ଷାର ସମ୍ଭାବନା ଯଥେଷ୍ଟ କମ୍‌ ରହିଛି।..

କେନ୍ୟୁଜ୍(ବ୍ୟୁରୋ):  କମିବ ବର୍ଷା। ଆଗାମୀ ୨ଦିନ କମ୍‌ ରହିବ ବର୍ଷାର ପରିମାଣ। ହେଲେ ଆକାଶ ମେଘୁଆ ରହିବ। ୩ ଦିନ ପରେ ପୁଣି ଉପକୂଳ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ କେନ୍ଦ୍ର। ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାସହ ନିମ୍ନଚାର ରେଖା ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ଆଗାମୀ ୨୪ ଘଣ୍ଟାରେ ସୁନ୍ଦରଗଡ, ଝାରସୁଗୁଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ଅଞ୍ଚଳରେ ଆକାଶ ମେଘାଚ୍ଛନ ରହିବ। କିନ୍ତୁ ବର୍ଷାର ସମ୍ଭାବନା ଯଥେଷ୍ଟ କମ୍‌ ରହିଛି।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.