ବାହୁଡ଼ାରେ ଅଘଟଣ: ରଥଟଣା ବେଳେ ଲାଗିଗଲା ବିଦ୍ୟୁତ ତାର, ଚାଲିଗଲା ୩ ଜୀବନ

କେରାପୁଟ ଜିଲ୍ଲା କୋଲାବ ନଗରରେ ରଥଟଣା ବେଳେ ବିଦ୍ୟୁତ ତାର ଲାଗି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ବାବୁଲା ନାୟକ । ଗୁରୁତର କ୍ରିଷ୍ଣା ରାଓଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି।

କେରାପୁଟ/ଯୋଡ଼ା (କେନ୍ୟୁଜ୍):ବାହୁଡ଼ା ଯାତ୍ରାରେ ଅଘଟଣ । ରଥଟଣା ବେଳେ ବିଜୁଳି ସଂସ୍ପର୍ଶରେ ଆସି ଗଲା ୩ ଜୀବନ । କେରାପୁଟ ଜିଲ୍ଲା କୋଲାବ ନଗରରେ ରଥଟଣା ବେଳେ ବିଦ୍ୟୁତ ତାର ଲାଗି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ବାବୁଲା ନାୟକ । ଗୁରୁତର କ୍ରିଷ୍ଣା ରାଓଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେପଟେ କେନ୍ଦୁଝର ଜିଲ୍ଲା ବାରିଆ ଥାନା କେନ୍ଦୁଆ ଗାଁରେ ସମାନ ଘଟଣା । ରଥଟଣା ବେଳେ ୨ ଜଣଙ୍କ ଜୀବନ ଯାଇଛି। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଯୁଗଳ କିଶୋର ବାରିକ ଓ ବରୁଣ ଗିରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.